ସମ୍ଭବ ଟିଭି ତରଫରୁ ଆସ୍କା ଅଶୋକା କନଫ୍ରେନସ ହଲ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

90

ଆସିକା,୧୯/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସ୍କା ସ୍ଥିତ ଅଶୋକା କନଫ୍ରେନସ ହଲ ଠାରେ ଆଜି ସମ୍ଭବ ଟିଭି ର ରାଜ୍ୟ ମୁଖ୍ୟ ରାହୁଲ ସ୍ୱାଇଁ ଙ୍କୁ ପ୍ରଥମେ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଇ କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ସମ୍ଭବ ଟିଭି କିଭଳି ଲୋକାଭି ମୁଖି ହେବ ଏନେଇ ଆଲୋକ ପାତ କରିଥିଲା ରାଜ୍ୟ ମୁଖ୍ୟ ରାହୁଲ ବାବୁ ଏଇ ଅଂଚଳ ରେ ଘଟୁଥିବା ପ୍ରତେକ ଟିକିନିକ ଖବର ଉପରେ ନଜର ଦେବାପାଇଁ କହିଥିବା ବେଳେ ଅସହାହାୟ ଲୋକଙ୍କ ପାଖରେ ପହଂଚି ସେମାନଂକୁ ଯଥାସମ୍ଭବ ସମ୍ଭବ ପରିବାର ତରଫରୁ ଆର୍ଥିକ ସାହାଯ୍ୟ କରିବା ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରଦ୍ୟୁମନ କୁମାର ପାତ୍ର ମଧ୍ୟ ନିଜ ମନ୍ତବ୍ୟ ରେ କହିଥିଲେ ।

ଗଞ୍ଜାମ ଜିଲ୍ଲାର ସମ୍ଭବ ପରିବାର ସମସ୍ତେ ମିଶି ଏକ ଅଗ୍ରଣୀ ଚେନେଲ ରୂପରେ ପରିଣତ କରିବା ସହ ଆଗାମୀ ଦିନରେ ଗଞ୍ଜାମ ରାଜ୍ୟ ସ୍ତରରେ ଏକ ନମ୍ବର କରିବା ଆମର ମୂଳ ଲକ୍ଷ୍ୟ ଏହି କାର୍ଯ୍ୟକ୍ରମ ରେ ଉତ୍କଳ ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ କୁମାର ପଟ୍ଟନାୟକ ଙ୍କ ସମେତ ଆସ୍କା ପ୍ରତିନିଧି ସ୍ନେହା ବେହେରା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଖିରୋଦ ଚନ୍ଦ୍ର ବେହେରା ପ୍ରଶ୍ନ କୁମାର ଦାଶ ପୀତବାସ ଦାଶ ,ଅନିଲ ପାଣିଗ୍ରାହୀ,ନୃସିଂହ ରଞ୍ଜନ ବେହେରା, ଭଗବାନ ପାଢ଼ୀ ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।