
ବ୍ରହ୍ମପୁର, ୧୮/୧୦(ଜିଲ୍ଲା ଖବର) : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ୱାଲ୍ଡ ଭିଜନ”,”ପିକକ୍”,”ଭାଇ” ର ମିଳିତ ସହଯୋଗରେ ଏକ ଶିଶୁ ସୁରକ୍ଷା କର୍ମଶାଳା ସ୍ଥାନୀୟ ରାଜସ୍ବ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କର୍ମଶାଳାରେ ବରିଷ୍ଠ ସମାଜସେବୀ ଶ୍ରୀ ବୃନ୍ଦାବନ ପଣ୍ଡା ସଭାପତିତ୍ବ କରିଥିଲେ।ଏଥିରେ ମୂଖ୍ୟ ଅତିଥି ରୂପେ ଶ୍ରୀ ଅମିୟ କୁମାର ତ୍ରିପାଠୀ ଯୋଗଦେଇ ଶିଶୁର ଯତ୍ନ ସମ୍ପର୍କରେ ଆଲୋକପାତ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଶ୍ରୀ ବିଭୁଦତ୍ତ ଶତପଥୀ ଯୋଗଦେଇଥିଲେ। ମୂଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ଶିଶୁ ଯୌନ ନିର୍ଯାତନାର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଡାକ୍ତର ନକୁଳ ସାହୁ,ଡାକ୍ତର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଡାକ୍ତର ଗୋପାଳ କୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳା ଓ କିଶୋରୀମାନେ ନିଜ ନିଜ ମତ ଉପସ୍ଥାପନା କରିଥିଲେ।ଶେଷରେ “ଭାଇ”ର ରାଜ୍ୟ ସଂଯୋଜକ ଶ୍ରୀ ଦେବାନନ୍ଦ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।


