ବେହେରାପାଲି ଠାରେ ରକ୍ତ ଦାନ ଶିବିର

41

ବଲାଙ୍ଗୀର,୧୬/୧୦(ଜିଲ୍ଲା ଖବର) : ବଲାଙ୍ଗିର ଜିଲ୍ଲା ପୁଇଁ ନ୍ତଲା ବ୍ଲକ ଅନ୍ତର୍ଗତ ଛତାପିପଲ ଗ୍ରାମ ପଞ୍ଚାୟତ ର ବେହେରାପାଲି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ରକ୍ତଦାନ ଶିବିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ତରଫରୁ ବେହେରାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଶିବିର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଦେବକୀ ସାହୁ ଓ ସମ୍ମାନିତ ଅତିଥି ଭାବେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସବିତା ସେଠ, ଛତାପିପଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁରେନ୍ଦ୍ରି ମାହାକୁର ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଶିବିର କୁ ମଳମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଏଚ.କେ ଭୁଏ, ନିରୁପମା ଜାଲ, ରଞ୍ଜିତ ବେହେରା, ସୌଭାଗ୍ୟ ରଞ୍ଜନ ମହାପାତ୍ର ଓ ସୋନାଲି ଗୋଛାୟତ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ ।