କୋରାପୁଟ ବିଜେଡି ତରଫରୁ ରକ୍ତଦାନ ଶିବିର

40

କୋରାପୁଟ,୧୬ ୧୦(ଜିଲ୍ଲା ଖବର) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କୋରାପୁଟ ବିଜୁ ଜନତା ଦଳ ତରଫରୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରଟିକୁ ଉଦଘାଟନ କରିଥିଲେ।କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା , କୋରାପୁଟ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପାର୍ବତୀ ମସ୍ତି , ପୁର୍ବତନ ଜିଲ୍ଲା ପରିଷଦ ସଭାପତି ତୁଳସୀ କିରସାନି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବିଧାୟକ ଶ୍ରୀ ପଡାଲ ଓ ଅଧ୍ୟକ୍ଷ ଶ୍ରୀ ସେଠୀ ଶୁଭେଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ନିଜ ଜନ୍ମଦିନ ରେ ଓଡ଼ିଶାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଛେଦ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋରାପୁଟ ବିଧାୟକ ଶ୍ରୀ ପଡାଲ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । କୋରାପୁଟ ସହର ରୁ ବିଭିନ୍ନ ଅଞ୍ଚଳରୁ ଯୁବ ଯୁବତୀ ସମେତ ପୌର ପରିଷଦ ର କାଉଁସିଲେର ମାନେ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଛି । ନବୀନ ବାବୁଙ୍କ ଜନ୍ମ ଦିନରେ ନିଯେ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିବା ନିଜ କୁ ଧନ୍ୟ ମନେ କରୁଥିବା ରକ୍ତ ଦାତା ମାନେ ମତବ୍ୟକ୍ତ କରିଛନ୍ତି ।