ଆମ୍ ଆଦମୀ ପାର୍ଟିର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ସକ୍ରିୟ କାର୍ଯ୍ୟ ସମ୍ମିଳନୀ

34

ଦିଗପହଣ୍ଡ,୧୬/୧୦(ଜିଲ୍ଲା ଖବର) : ସ୍ଥାନୀୟ ଚନ୍ଦ୍ରଚୁଡ଼ଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟିର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ସକ୍ରିୟ କାର୍ଯକର୍ତ୍ତା ସମ୍ମିଳନୀ କର୍ମୀ କୁରେଶ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ସାଧାରଣ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଭଳି ମୌଳିକ ସମସ୍ୟାକୁ ସମାଧାନ କରିପାରିଥିବାରୁ ପଞ୍ଜାବବାସୀ ପାର୍ଟିକୁ ଭରୋସା କରି ବିପୁଳ ଜନମତରେ ବିଜୟୀ କରିଛନ୍ତି l ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସରକାର କମ ଦିନରେ ଲୋକାଭିମୁଖୀ ପଦକ୍ଷେପ ନେଇ ସାରା ଦେଶରେ ଆମ୍ ଆଦମୀ ପାର୍ଟିକୁ ଜନ ସାଧାରଣ ପାଖରେ ପହଁଚାଇ ପାରିଛନ୍ତି l ଓଡିଶାରେ 23 ବର୍ଷ ଧରି ବିଜେଡି ସରକାର ରହିଥିଲେ ମଧ୍ୟ ଲୋକଙ୍କୁ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି l ତେଣୁ ଓଡିଶାବାସୀ ଆଗାମୀ ଦିନରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟ ଅତିଥି ଜିଲ୍ଲା ସଭାପତି ସୁବାଷ ରାଉତ ନିଜ ବକ୍ତବ୍ୟ ରଖିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ଆଦିତ୍ୟ ନାରାୟଣ ରଥ ମଞ୍ଚ ପରିଚାଳନା କରିଥିଲେ l ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସଂଯୋଜକ ପି. ମନୋଜ କୁମାର, ଜିଲ୍ଲା ଉପ ସଭାପତି ସୁଧୀର ପ୍ରଧାନ, ନାରୀନେତ୍ରୀ ନିଭାସ୍ମିତା ପ୍ରଧାନ, ଆରତୀ ଦେବୀ,ସୁଶ୍ରୀ ପ୍ରିୟଙ୍କା, ଆଡ଼ଭୋକେଟ କୈଳାଶ ସେଠୀ ପ୍ରମୁଖ ମଂଚାସୀନ ଥିଲେ l ସଭାରେ ବିଭିନ୍ନ ପଂଚାୟତରୁ ଶତାଧିକ ସକ୍ରିୟ କର୍ମକର୍ତ୍ତା ଯୋଗଦେଇ ସଂଗଠନକୁ ସୁଦୃଢ କରିବା ପାଇଁ ମତ ରଖିଥିଲେ l