Sunday, October 11, 2026
Home ଆଞ୍ଚଳିକ ଭଞ୍ଜନଗର ବ୍ଳକର ପୂର୍ବତନ ସି.ଆର୍.ସି.ସି ମାନଙ୍କୁ ...

ଭଞ୍ଜନଗର ବ୍ଳକର ପୂର୍ବତନ ସି.ଆର୍.ସି.ସି ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

53

ଭଞ୍ଜନଗର (ଜିଲ୍ଲା ଖବର) : ବୁଧବାର ଦିନ ଭଞ୍ଜନଗର ସ୍ଥିତ ବନବିହାର ପରିସରରେ ଭଞ୍ଜନଗର ବ୍ଳକରେ କାର୍ଯ୍ୟରତଥିବା ପୂର୍ବତନ ନଅ ଜଣ ସି.ଆର୍.ସି.ସି ମାନଙ୍କୁ ସି.ଆର୍.ସି.ସି ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ା ଏଥି ନିମିତ୍ତ ଆୟୋଜିତ ସଭାରେ ବି.ଇ.ଓ ଶ୍ରୀ ଏସ୍.ଧନଞ୍ଜୟ ସଭାପତିତ୍ବ କରିବା ସହ ପୂର୍ବତନ ସି.ଆର୍.ସି.ସି ଗଙ୍ଗାଧର ରାଓ,ପ୍ରଦୀପ ସାସମଲ,ସୁନିଲ ବେହେରା,ସୁରଥ ମିଶ୍ର,ମନୋଜ ପାତ୍ର, ସଞ୍ଜୟ କୋଠିଆ,ଜୋତ୍ସ୍ନା ଦେବୀ,ରବିନ୍ଦ୍ର ଗୌଡ,ଅରୁଣ ନାୟକ ପ୍ରମୁଖଙ୍କ କାର୍ଯ୍ୟ ଦକ୍ଷତାର ପ୍ରଶଂସା କରିବା ସହ ଏହି ଉଦ୍ୟମ ଆଗାମୀ ସମୟରେ ନିଜ ନିଜ ବିଦ୍ୟାଳୟରେ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ା ଏ.ବି.ଇ .ଓ ଭାସ୍କର ଲେଙ୍କା, ସୂର୍ଯ୍ୟ ନାୟକ,ତଥା ବି.ଆର୍.ସି.ସି ଓ ଏବିଇଓ ଶ୍ରୀ ହୃଷିକେଶ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ସମସ୍ତଙ୍କ ସହ ନିଜର ମିଠା ମିଠା ସ୍ମୃତି ବାଣ୍ଟିଥିଲେ ା ଏହି ଅବସରରେ ନୂତନ ରୂପେ କାର୍ଯ୍ୟରତ ନଅ ଜଣ ନୂତନ ସି.ଆର୍.ସି.ସି ଆଦିକନ୍ଦ ଗୌଡ,ତ୍ରିନାଥ ବେହେରା,ମୋହନ ସାହୁ,ରାଘବ ନାୟକ,ସନ୍ତୋଷ ସାହୁ,ସନ୍ତୋଷ ଗୌଡ,ଭାସ୍କର ନାୟକ,ନିରଞ୍ଜନ ଦିଗାଲ,ଦେବୀ ପ୍ରସାଦ ଦାସ ପ୍ରମୁଖଙ୍କୁ ମଧ୍ୟ ଅଫିସ ତରଫରୁ ବି.ଇ.ଓ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିଲେ ଓ ନିଜ ନିଜ ଦକ୍ଷତା ର ପରିପ୍ରକାଶ କରି ସମସ୍ତଙ୍କ ସହ ସହଯୋଗଭିତ୍ତିରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ା ସି.ଆର୍.ସି.ସି ସଂଘ ର ସଭାପତି ଶ୍ରୀ ଭଗବାନ ଭୂୟାଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସଂପାଦକ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ାଅନ୍ୟମାନଙ୍କ ମଧ୍ୟରେ ମନୋଜ ଗୌଡ,ସୁନିଲ ପାଣି,ସନ୍ତୋଷ କୁମାର ସାହୁ,ମନୋଜ ପାଳ,ବୃନ୍ଦାବନ ସେଠୀ ପ୍ରମୁଖଙ୍କ ସମେତ ବି.ଇ.ଓ ଅଫିସ୍ ର ସମସ୍ତ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ ା

ରିପୋଟର ରତ୍ନାକର ଶିଅ