
ଖଲ୍ଲିକୋଟ,,୧୫/୧୦ : ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୨୫ ଲିଟର ବେଆଇନ ଦେଶୀମଦ ସହ ଗୋଟିଏ ସ୍କୁଟି ଜବତ କରିଥିବା ବେଳେ ଚାରି ଜଣକୁ ଗୀରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅବକାରୀ ଇନ୍ସପେକ୍ଟର ଛତ୍ରପୁର ଦୀପ୍ତିମୟୀ ସାହୁ ଓ ଖଲ୍ଲିକୋଟ ଅବକାରୀ ଇନଚାର୍ଜ ସୁଭେନ୍ଦୁ କୁମାର ପୁହାଣ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସଦଳବଳେ ବେଆଇନ ଦେଶୀମଦ ବିକ୍ରି ହେଉଥିବା ଖବର ପାଇ ଖଲ୍ଲିକୋଟ ଓ ବେଗୁନିଆପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଦେଶୀମଦ ଜବତ କରିବା ସହ ଗୋଟିଏ ସ୍କୁଟି ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଚାରି ଜଣ ବେଆଇନ ମଦ ବେପାରୀଙ୍କୁ ଗୀରଫ କରିଛନ୍ତି । ଉକ୍ତ ଚାରି ଜଣ ହେଲେ ବେଗୁନିଆପଡା ଥାନା ଅନ୍ତର୍ଗତ କେ ବରିଡା ଗ୍ରାମର ଅମର ମଲ୍ଲିକ, ଖଲ୍ଲିକୋଟ ଥାନା ଅନ୍ତର୍ଗତ କେ ଗୁହାରିଆପାଟର ନକୁଳ ଜାନୀ, ଡି ଗୁହାରିଆପାଟ ଗ୍ରାମର ରବି ଶବର ଓ ଗଣ୍ଡାପଲ୍ଲୀ ଗ୍ରାମର ଧୂସାଶନ ତରାଇ ପ୍ରମୁଖଙ୍କୁ ଗୀରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉକି ଗତ କିଛି ଦିନ ହେଲା ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ଦେଶୀମଦର ବନ୍ୟା ଛୁଟି ଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଏହି ବେଆଇନ ମଦ ବହୁ ପରିମାଣରେ ଚାଲାଣ ହେଉଛି।ଖଲ୍ଲିକୋଟ ଅବକାରୀ ଇନଚାର୍ଜ ଅଧିନରେ ଖଲ୍ଲିକୋଟ ଓ କୋଦଳାର ଦୁଇ ଗୋଟି ତହସିଲର ପ୍ରାୟ ତିନି ଶହ ଗାଁ ଥିବା ବେଳେ ସେ ଅନୁପାତରେ ଆବଶ୍ୟକ କର୍ମଚାରୀ ଅଭାବ ଦେଖାଯାଇଛି।


