ଖପ୍ରାଖୋଲ ପୋଲିସ ୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର ସର୍ଦାର ଗିରଫ

58

ପାଟଣା ଗଡ,୧୪/୧୦(ଜିଲ୍ଲା ଖବର) : ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ସମୟରେ ଖପ୍ରାଖୋଲ ପୋଲିସ ଗମ୍ଭାରୀ ଛକ ନିକଟରେ 9 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଲାଠୋର ଅଞ୍ଚଳ ର ଏକ ଦାଦନ ସର୍ଦ୍ଦାର ବେଲାର ତାଣ୍ଡି କୁ ଧରିବାରେ ପୋଲିସ ସଫଳ ହୋଇଛି ।ଉଦ୍ଧାର ହୋଇଥିବା ଶ୍ରମିକ ମାନେ ଲରମ୍ଭା ଥାନା ଅନ୍ତର୍ଗତ ଦମକିପାଲି ଗାର ବୋଲି ପୋଲିସ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶ ଏ ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ବେଳେ ସେଠାରେ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି ଗତ କିଛି ଦିନ ତଳେ ଜିଲ୍ଲା ପୋଲିସ ବିଭାର ତରଫରୁ ଖପ୍ରାଖୋଲ ଥାନାରେ ଦାଦନ ଶ୍ରମିକଙ୍କ ପାଇଁ ମିଶନ ଉଦ୍ଧାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଏସ ପି ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟି ନ ଯିବାକୁ ପରାମର୍ଶ ଦେଇ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବାକୁ କହିଥିଲେ। ଦାଦନ ସର୍ଦାର ମାନେ ସିଧାସଳଖ ପୋଲିସ କୁ ଚେଲେଞ୍ଜ କରି ଖୁଲୁମ ଖୁଲା ବେଆଇନ ଭାବେ ପଞ୍ଜିକରଣ ନ କରି ମଣିଷ ଚାଲାଣ କରୁଥିବା ଜଣାପଡିଛି।