
ଗଜପତି, ୧୪/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା ହୋଇଥିବା ବେଳେ ମୁଖ୍ୟତଃ ଚାଷୀମାନେ ମକା ଚାଷ ଉପରେ ନିର୍ଭର କରିଥାନ୍ତି । ଯାହାକି ବର୍ଷସାରା ସେମାନଙ୍କ ଜୀବିକା ତୁଲାଇଥାଏ । କିନ୍ତୁ ଏହି ଦୀର୍ଘ ଦିନ ତମାମ ଲଗାଣ ବର୍ଷା ଲାଗିରହିଥିବା ହେତୁ ଗଛରେ ମକା ରହି ଗଜା ହୋଇ ଗଲାଣି ।


ଲକ୍ଷ ଲକ୍ଷ ଟଙ୍କା ସାହୁକାର ଠାରୁ କଳନ୍ତରକୁ ନେଇ ଆସି ଚାଷୀ ମାନେ ଯେଉଁ ମକା ଚାଷ କରିଥିଲେ ଦୁଇ ପଇସା ପାଇବା ଆଶାରେସେହି ଆଶା ମଉଳିଗଲାଣି ମକା ବାଡରେ ।


ଏବେ ମକାର ଅମଳ ସମୟ ମକା ସବୁ ଗଛରେ ପାଚି ସୁଖିବା ଅବସ୍ଥା , ଲଗାଣ ବର୍ଷାରେ ମକା ସବୁ ପଚି ଦୁର୍ଗନ୍ଧ ହେବା ସହ ମକାରୁ ଗଜା ହୋଇଇଗଲା ।



ଏହି ମକା ବର୍ତ୍ତମାନ ଗୋରୁ ଗାଈ ମଧ୍ୟ ଖାଇବେ ନାହିଁ । ସାହୁକାରକୁ କିପରି ଧାର ସୁଝିବେ ପରିବାର କିପରି ପୋଷିବେ ଏବେ ଚିନ୍ତାରେ ଚାଷୀ ।



ସରକାରଙ୍କ ତରଫରୁ କିଛି ସହାୟତା ମିଳିଥିଲେ କିଛିଟା ଆସ୍ଵସ୍ଥି ମିଳିଥାନ୍ତା ବୋଲି ଛଳ ଛଳ ଆଖିରେ କହୁଛନ୍ତି ଚାଷୀ ।
ଗଜପତି ଜିଲ୍ଲାରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।


