Thursday, November 12, 2026
Home ଆଞ୍ଚଳିକ ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତିଙ୍କ ଅକାଳ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା

ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତିଙ୍କ ଅକାଳ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା

118

ରାୟଗଡ଼ା , ୧୪/୧୦/୨୨ (ଜିଲ୍ଲା ଖବର) : ରାୟଗଡ଼ା ସ୍ତିତ ଠକର ବାପା ଆଶ୍ରମ ଠାରେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତି ସ୍ବର୍ଗତ ଅରୁଣ କୁମାର ସାହୁଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି, ଗତ ସୋମବାର ୧୦ ତାରିଖ ସକାଳ ୪ ଘଣ୍ଟା ୩୦ ମିନିଟ ସମୟରେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ସମୟରେ ସେଠାରେ ସ୍ଵର୍ଗତ ଅରୁଣ ସାହୁଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତର ଅରୁଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ସ୍ବର୍ଗତ ସାହୁ ଜଣେ ମିଷ୍ଟଭାଷୀ ଓ ପରୋଉପକାରୀ ଯୁବ ସଂଗଠକ ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତି ଭାବେ ସାରା ରାଜ୍ୟରେ ପରିଚିତ ଥିଲେ ।

ସ୍ବର୍ଗତ ଅରୁଣ କୁମାର ସାହୁଙ୍କ ଅକାଳ ବିୟୋଗରେ ସ୍ଥାନୀୟ
ଠକର ବାପା ଆଶ୍ରମ ଠାରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ ଏବଂ ରାୟଗଡ଼ା ବ୍ଳକ ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଏବଂ ରାୟଗଡ଼ା, ଗଜପତି , ଗଞ୍ଜାମ ଜିଲ୍ଲାର ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ , ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱାରକର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ,

ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ , ବରିଷ୍ଠ କାର୍ଯ୍ୟକର୍ତ୍ତ ଶ୍ରୀ କେ କେ ଜେନା , ଜିଲ୍ଲା ସହ ସଂପାଦିକା ଶ୍ରୀମତୀ ନେହା ସିଂ , ବ୍ୟବସାୟ ମଜଦୁର ସଂଘ ର ଆନନ୍ଦ ରାଉଳ , ସଫେଇ ମଜଦୁର ସଂଘ ର ଶ୍ରୀମତୀ କସ୍ତୁରୀ ନାୟକ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ପଦ୍ମା ସେନାପତି ପ୍ରମୂଖ ଉପସ୍ଥିତ ରହି ସ୍ବର୍ଗତ ଅରୁଣ କୁମାର ସାହୁଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରି ଦୀପ ଦାନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ପାଚିକା ସଂଘ , ସଫେଇ ମଜଦୁର ସଂଘ , ବ୍ୟବସାୟ ମଜଦୁର ସଂଘ , ରାଜ ମେସତ୍ରୀ ସଂଘ , ହୋଟେଲ କର୍ମଚାରୀ ସଂଘ , ଅଟୋ ଚାଳକ ସଂଘ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଘର ନିରଞ୍ଜନ ସେନାପତି , ବଳରାମ ସାହୁ , ସୁରେନ୍ଦ୍ର ବେହେରା , ରଞ୍ଜନ କୁମାର ସାହୁ , ଜୁଗଳ କିଶୋର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।