ଆସିକାରେ ବିଜେଡିର ଜନସଂପର୍କ ପଦଯାତ୍ରା ।

81

ଆସିକା , ୧୪/୧୦/୨୨ ( ଜିଲ୍ଲା ଖବର ) : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ପ୍ରଗତିଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଏକମାତ୍ର ଲକ୍ଷ୍ୟରେ ଲୋକଙ୍କ ପାଖରେ ପହଞ୍ଚି ଲୋକ ମାନଙ୍କ ସମସ୍ୟାକୁ ଦୂରୀକରଣ କରିବା ଉଦ୍ଧେଶ୍ୟରେ ସମଗ୍ର ରାଜ୍ୟରେ ଅକ୍ଟୋବର ୨ ଠାରୁ ନଭେମ୍ବର ୨ ଏକ ମାସ ବ୍ୟାପି ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ କରିବା ପାଇଁ ସମସ୍ତ ଦଳୀୟ ନେତୃ ମଣ୍ଡଳୀ ଙ୍କୁ ଆହ୍ବାନ ଦେଇଛନ୍ତି।

ସେହି ପରୀପ୍ରେକ୍ଷୀରେ ଆଜି ଆସିକା ନିର୍ବାଚନମଣ୍ଡଳୀ ଜନପ୍ରିୟା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ବରେ ନିମିନା ଗ୍ରାମପଞ୍ଚାୟତ ଓ କେନ୍ଦୁପଦର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ବିଜେଡ଼ି ଉପସଭାପତି ଦିଲୀପ କୁମାର ପ୍ରାଣିଗ୍ରାହି, ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ,ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହାକ , ବ୍ଲକ ଯୁବ ବିଜେଡି ସଭାପତି ଶିବ ନାହାକ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ,

ବରିଷ୍ଠ ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ବ୍ଲକ ବିଜେଡ଼ି ସଭାପତି ରାଜେଶ ପଟ୍ଟନାୟକ, ନିମିନା ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚୀ, ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହାକ, ଯୁବବିଜେଡି ବ୍ଜକ ଉପସଭାପତି ଶଙ୍କର ସେଠୀ, ଛାତ୍ର ସାଧାରଣ ସମ୍ପାଦକ ବି. ମନୋଜ ଦୋରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାର ଭାବେ ସଂପାଦନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରଶ୍ମିତା ସେନାପତି, ସନିଲା ବେହେରା, ସଶାଙ୍କ ଚର୍ଚ୍ଚୀ, ବିଜୟ ନାହାକ,ପ୍ରତାପ ଚନ୍ଦ୍ର ପ୍ରଧାନ, ଶଙ୍କର ପାଳ, ନିଗମ ରାଉତ ବିମଲ ପ୍ରଧାନ, ସମୀର ବେହେରା ଜିତୁ ବିଷୋୟୀ, କେଶବ ଦାସ ପ୍ରମୁଖ ଯୋଗଦେଇଛନ୍ତି।