
ଆସିକା,୭/୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ୩୭ତମ ବାର୍ଷିକ କ୍ରିଡା ଉତ୍ସୋବ ଅନୁଷ୍ଟିତ ହୋଇଯାଇଛି । ଏହି କ୍ରିଡା ଉତ୍ସବ ସ୍ଥାନୀୟ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଅନୁଷ୍ଟିତ ହେବ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଗଣେଶ୍ୱର ମାଝିଙ୍କ ପୈାରହିତ୍ୟରେ ବାର୍ଷିକ କ୍ରିଡା ଉତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆସିକାର ଅଧିଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା କ୍ରିଡା ମଶାଲ ନଗର ପରିକ୍ରମା କରାଯାଇ ସ୍ଥାନୀୟ ହରିହର ହାଇସ୍କୁଲ ମିନିଷ୍ଟାଡିୟମ ଠାରେ ପହଁଚି ଥିଲେ ।
ଏହା ପରେ ବାର୍ଷିକ କ୍ରିଡା ଉତ୍ସବ ଆରମ୍ଭ ହୋଇଥିଲା । ଆସିକା ହରିହର ହାଇସ୍କୁଲ କ୍ରିଡା ଶିକ୍ଷକ କାହ୍ନା ଦାଶ ଓ ଏନଏସି ହାଇସ୍କୁଲ କ୍ରିଡା ଶିକ୍ଷକ ମୁକେଶ ଦାଶ ପ୍ରଶିକ୍ଷକ ଦାୟିତ୍ୱରେ ଥିଲେ । ଏହି କ୍ରିଡା ଉତ୍ସବରେ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରୀ ମାନେ ଅଂଶଗ୍ରହଣ କରି ଦୈାଡ,ଲଙ୍ଗ ଜମ୍ପ,ହାଇ ଜମ୍ପ,ଡିସକସ ଥ୍ରୋ,ସଟଫୁଟ ସମେତ ବିଭିନ୍ନ ଆଥଲେଟିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଭଲ ପ୍ରଦର୍ଶନ ସହିତ କୃତିତ୍ୱ ହାସଲ କରିବା ପାଇଁ ଉତ୍ସାହିତ କରିଥିଲେ ।
ମହାବିଦ୍ୟାଳୟ ଅଧ୍ୟାପିକା ଡଃ.ସୁପ୍ରିୟା ଦାଶ ବାର୍ଷିକ କ୍ରିଡା ଉତ୍ସବର ଦାୟିତ୍ୱ ତୁଲାଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପିକା,ଅଧ୍ୟାପକ ଡଃ.କେ.ଓଏମ.ନାରାୟଣ ରାଓ,ଡଃ.ସରୋଜ କୁମାର ଜେନା,ଡଃ.ଲକ୍ଷ୍ମଣ କୁମାର ସୋରେନ,ଡଃ.ଲିନା ଲିଲିଆନ,ଡଃ.ଉର୍ମିଳା ମୁଦୁଲି, ଡଃ.ଯଶସ୍ରୀ ମଲ୍ଲିକ, ଗୋପିନାଥ କରି,ବିନାୟକ ବେହେରା,ସରୋଜ କୁମାର ପଣ୍ଡା, ପ୍ରମୋଦ ତିଆଡି,ପଦ୍ମଚରଣ ନାଥ,ସୁଶ୍ରୀ ଶୁଭଶ୍ରୂୀ,ଶ୍ରଦ୍ଧାଞ୍ଜଳି ମଲ୍ଲିକ,ବିଣାପାଣି ପ୍ରମୁଖ ଯୋଗ ଦେଇ ବାର୍ଷିକ କ୍ରିଡା ପରିଚାଳନାରେ ସହ ଯୋଗ କରିଥିଲେ । ଏହି କ୍ରିଡାରେ ମହାବିଦ୍ୟାଳୟର ପ୍ରାୟ ୨ଶହରୁ ଉର୍ଦ୍ଧ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।



