
ଗୋପାଳପୁର , ୧୩/୧୦/୨୨ ( ଜିଲ୍ଲା ଖବର ) : ଦୀର୍ଘ ତିନି ବର୍ଷ ପରେ ସରକାରୀ କାର୍ଯ୍ୟକ୍ରମ ଯୋଗ ଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ଯୋଗ ଦେଇ ଖୁସି ଥିବା କହିଛନ୍ତି ।

ଦୀର୍ଘ ବର୍ଷ ଧରି ଜିଲ୍ଲାପ୍ରଶାସନ ତରଫରୁ କୌଣସି ସରକାରୀ କାର୍ଯ୍ୟକ୍ରମକୁ ତାଙ୍କୁ ଡ଼କା ଯାଉନଥିବା ପୂର୍ବରୁ ଅଭିଯୋଗ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିର ବୈଠକରେ ଯୋଗ ଦେବା ପାଇଁ ମୋତେ ଫୋନ କରି ଡ଼କାଯାଇଥିଲା ଆଗକୁ ମଧ୍ୟ ଏମିତି ସବୁ ବୈଠକକୁ ଡାକିବେ ବୋଲି ମୁଁ ଆଶା କରୁଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ବୈଠକରେ ଭାଗ ନେଇ ନିଜ ପକ୍ଷ ରଖିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।


