କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଅର୍ଥର ସୁବିଧା ପାଇବାରୁ ବଞ୍ଚିତ ନୂଆଗଡ ଓ ଆର.ଉଦୟଗିରି ବ୍ଳକ୍ ।

72

ଗଜପତି , ୧୩/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲାର ଉନ୍ନତି ନିମନ୍ତେ ଆସିଥିବା ଅନୁଦାନ ରାଶିରୁ ଆର.ଉଦୟଗିରି ଓ ନୁଆଁଗଡ ବ୍ଳକ୍ ବାଦ୍ ପଡିଛି ।

ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରିଥିବାବେଳେ, ଆର,ଉଦୟଗିରି ଯୁବକ ସଂଘ ଓ ଅଞ୍ଚଳ ବାସୀ ସଂଘଠିତ ହୋଇ ଏହାର ଦୃଢ଼ ନିନ୍ଦା କରି ଥିବା ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲା କୁ ୧୦କୋଟି ୬୦ଲକ୍ଷ୧୦ହଜାର ଟଙ୍କା ଆସିଥିବା ବେଳେ ନୁଆଁଗଡ ଓ ଆର. ଉଦୟଗିରି ବ୍ଳକ ବାଦ୍ ପଡିଲା କିଭଳି ବୋଲି ପ୍ରଶ୍ନ କରିଛନ୍ତି ଅଂଚଳ ବାସୀ ।

ଆଜି ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଗଜପତି ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଆର.ଉଦୟଗିରି ଯୁବଗୋଷ୍ଟି ଓ ଅଂଚଳ ବାସୀ I

ବୈମାତୃକ ମନଭାବ କୁ ବରଦାସ କରାଯିବନାହିଁ ଓ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛନ୍ତି ଜନସାଧାରଣ ।

ବାରମ୍ବାର ଏଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକ ଗୁଡିକୁ କାହିଁକି ଅଣଦେଖା କରୁଛନ୍ତି ପ୍ରଶାସନ ଏନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ ।

ଗଜପତି ଜିଲ୍ଲାରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।