ଚନ୍ଦ୍ରଗିରି ଠାରେ ମାଁ ଗଜଲକ୍ଷ୍ମୀଙ୍କ ବିସର୍ଜନ ।

101

ଗଜପତି , ୧୩/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଠାରେ ଆଜି ସନ୍ଧ୍ୟାରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ସୋଭା ଯାତ୍ରା ବହୁ ଆଡମ୍ବରେ ହୋଇଇଯାଇଛି । ସାହିର ଛୋଟ ଛୁଆ ଠାରୁ ଆରମ୍ଭକରି ମାଁ ମାନେ ମଧ୍ୟ ନାଚ ଗୀତ କରି ମାଙ୍କୁ ବିଦାୟ ଦେଇଛନ୍ତି । ଦୀର୍ଘ ତିନିଦିନ ଧରି ମାଁ ଙ୍କ ପୂଜା ଚନ୍ଦ୍ରଗିରି ଘଡାଇ ସାହିରେ ଅନୁଷ୍ଠିତ ହୋଇଥିଲା ।

ଚନ୍ଦ୍ରଗିରି ସରପଞ୍ଚ ଶ୍ରୀ ରଜନୀ କାନ୍ତ ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଭାବରେ ରହି ପୂଜାର୍ଚନା ଧୁମଧାମ ରେ ହୋଇଇଲା । ମଙ୍ଗଳ ବାର ଦିନ ମା ଙ୍କ ଲାଗି ଅନ୍ନଭୋଗ ଅନୁଷ୍ଠିତ ହେବାସହ ଅଞ୍ଚଳର ସମସ୍ତ ଭକ୍ତ ମାନେ ମଧ୍ୟ ପ୍ରବଳ ବର୍ଷା ସତ୍ବେ ପ୍ରସାଦ ସେବନ କରିଥିଲେ ।

ଏହି ପୂଜା ଚନ୍ଦ୍ରଗିରି ଘଡାଇ ସାହି ଛଡା ଅନ୍ୟ କୌଣସି ସ୍ଥାନରେ ହୋଇନଥିବା ବେଳେ ପ୍ରତ୍ୟକ ଦିନ ସାହିରେ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳୁଥିଲା । ଏହିପୂଜା କୁ ଦୀର୍ଘ ୩୦ ବର୍ଷ ଧରି ସାହିର ଯୁବକ ଓ ଯୁବତୀମାନେ ଅତି ନିଷ୍ଠାର ସହ ପାଳନ କରିଥାନ୍ତି ।

ଯୁବ ଗୋଷ୍ଟି କମଲ ଲୋଚନ ଜେନା ,ହରେକୃଷ୍ଣ ପାଇକ ,ବଳରାମ ପାଇକ ରାଜକୁମାର ଘଡାଇ ,ଅଭିନାଶ ପ୍ରଧାନ ଅଶୋକ କୁଆର ନାୟକ ମୁଖ୍ୟ ଭୂମିକା ଥିବା ସରପଞ୍ଚ ପ୍ରଧାନ କହିଛନ୍ତି ।

ଗଜପତି ଜିଲ୍ଲାରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।