
ସାନଖେମୁଣ୍ଡି , ୧୨/୧୦/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ବିଗତ ଦୁଇବର୍ଷ ତଳେ ଖପରାଗଣ୍ଡରୁ ଜବତ ହୋଇଥିବା ୩୧୪୮ କେଜି ଗଞ୍ଜେଇକୁ ଡ୍ରଗ ଡିସପୋଜାଲ ଅଧକ୍ଷ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଅଛି l


ଶେରଗଡ଼ ଥାନା ଅରଖପଦାରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ୪ ଗୋଟି ଜିଲ୍ଲାର ମେଡିକାଲରୁ ବାହାରୁଥିବା ବଜ୍ୟବସ୍ତୁ, ପୋଲିସ ଜବତ କରୁଥିବା ଗଞ୍ଜେଇ ଆଦିକୁ ପୋଡ଼ି ନଷ୍ଟ କରାଯିବା ପାଇଁ ମେସିନ ସ୍ଥାପିତ କରାଯାଇଛି । ପାଟପୁର ଥାନା ଖପରାଗଣ୍ଡାରୁ ଜବତ ଗଞ୍ଜେଇକୁ ଆଜି ସକାଳୁ ପୋଲିସ କମିଟିର ସମସ୍ତ ଅଧିକାରୀଙ୍କ ଉପସ୍ଥିତି ଏକ ଟିମ ଗଠନ କରାଯିବା ପରେ ଉକ୍ତ ଗଞ୍ଜେଇକୁ ପାଟପୁର ଥାନାରୁ ଅରଖପଦା ଚି଼ମୀନିକୁ ନିଆଯାଇଥିଲା l


ସେଠାରେ ଗଞ୍ଜାମ ଏସପି ବ୍ରିଜେଶ ରୟ ,ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ, ଜିଲ୍ଲା ଅବକାରୀ ଏସପି ମମେନ୍ଦ୍ର ନାରାୟଣ ନାଥ, ଆସିକା ଏସଡିପିଓ ଉମା ଶଙ୍କର ସିଂ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବମ୍ବର ରଥ, ଡିଏସପି ସୁଜିତ କୁମାର ନାୟକ, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ, ଆଇଆଇସି ବସନ୍ତ ସେଠି, ଶେରଗଡ଼ ଆଇଆଇସି ମନୋଜ ପ୍ରଧାନଙ୍କ ଉପସ୍ଥିତରେ ଉକ୍ତ ଗଂଜେଇକୁ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଗଞ୍ଜେଇକୁ ଚିମିନି ପକାଇ ପୋଡି ନଷ୍ଟ କରାଯାଇଛି। ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଗଞ୍ଜେଇ ଧରିବା ଓ ଗଂଜେଇ ନଷ୍ଟ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଅଞ୍ଚଳର ଗଞ୍ଜେଇ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି, ଥାନା ଅଧିକାରୀଙ୍କ ଏହି ଗଞ୍ଜେଇ ଧରିବା ଓ ସରକାରୀ ସ୍ତରରେ ନଷ୍ଟ କରିବା ପ୍ରକିୟାକୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ



