Home ଅପରାଧ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ନିର୍ବାଚନ ପ୍ରକ୍ରିୟା ବେଳେ ପୂର୍ବତନ ସଭାପତି ଓ...

ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ନିର୍ବାଚନ ପ୍ରକ୍ରିୟା ବେଳେ ପୂର୍ବତନ ସଭାପତି ଓ ବ୍ୟାଙ୍କ କର୍ମଚାରୀ ମଧ୍ୟରେ ଝଗଡ଼ା ଉଭୟ ପକ୍ଷରୁ ଥାନରେ ଏତଲା ।

135

ଆସିକା , ୧୨/୧୦/୨୨ ( ଜିଲ୍ଲା ଖବର ) : ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଆସନ୍ତା ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ହେବ। ଏହି ବ୍ୟାଙ୍କ ଅଧୀନରେ ୧୫ ଟି ଜୋନ ରହିଛି ୬ ଟି ଜୋନର ପାର୍ଥି ନିର୍ଦ୍ୱନ୍ଦ୍ୱରେ ରହିଥିବାବେଳେ ବେଳେ ଅବଶିଷ୍ଟ ୯ ଜୋନରେ ପ୍ରତିଦ୍ବନ୍ଦିତା ହେବ। ହେଲେ ୧୧ ତାରିଖରେ ନାମାଙ୍କନ ପତ୍ର ଉପରେ ଅଭିଯୋଗ ଶୁଣାଣି ର ଶେଷ ତାରିଖ ଥିବା ବେଳେ ଜୋନ ନମ୍ବର ୯ ରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା

ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଭାଇ ତଥା ଏହି ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପୂର୍ବତନ ପରିଚାଳନା ସଭାପତି ବୀରେନ୍ଦ୍ର କେଶରୀ ଆରୁଖ ଙ୍କ ବିରୁଦ୍ଧରେ ଭଞ୍ଜନଗର କେନ୍ଦ୍ର ସମବାୟ ଶାଖାରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ ନେଇ ସୁଝିନଥିବା ଅଭିଯୋଗ ଭଞ୍ଜନଗର ର ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାରିଣୀ ଚରଣ ପାଣିଗ୍ରାହୀ ବ୍ୟାଙ୍କ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଆସିକା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏଥିରେ ହଠାତ ଉତକ୍ଷିପ୍ତ ହୋଇ ନିର୍ଵାଚନ ଅଧିକାରୀଙ୍କ ପ୍ରକୋଷ୍ଠ ରେ ବିରେନ୍ଦ୍ର କେଶରୀ ଓ ତାଙ୍କର ୭ ରୁ ୮ ଜଣ ସମର୍ଥକ ପଶି ବ୍ୟାଙ୍କ ର ପରିଚାଳନା ସମ୍ପାଦକ ମହେନ୍ଦ୍ର କୁମାର ସାମଲଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ଜୀବନରୁ ମାରିଦେବା ଧମକ ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ବ୍ୟାଙ୍କର ଅନ୍ୟ ଦୁଇ ଜଣ କର୍ମଚାରୀ ନୀଳମାଧଵ ମୁନି ଓ ବୁଲୁ ସ୍ବାଇଙ୍କୁ ମଧ୍ୟ ଗାଳି ଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଏବଂ ବ୍ୟାଙ୍କ ମ୍ୟାନେଜର ଗୀତାଞ୍ଜଳି ବେହେରା ଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଧମକ ଦେଇଥିଲେ।

ବାଚସ୍ପତିଙ୍କ ଭାଇଙ୍କ ଏପରି ଦବଙ୍ଗଗିରିରେ ବ୍ୟାଙ୍କରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନିର୍ବାଚନ ଅଧିକାରୀ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଘଟଣା ବିରୁଦ୍ଧରେ ମହିଳା ବ୍ୟାଙ୍କ ମ୍ୟାନେଜର ଗୀତାଞ୍ଜଳି ବେହେରା ସମସ୍ତ କର୍ମଚାରୀଙ୍କ ଗହଣରେ ଆସି ବୀରେନ୍ଦ୍ର କେଶରୀ ଆରୁଖଙ୍କ ବିରୁଦ୍ଧରେ ଆସିକା ଥାନରେ ଲିଖିତ ଅଭିଯୋଗ ଦେଇଛନ୍ତି।

ଅନ୍ୟପଟେ ଅନୁରୂପ ବୀରେନ୍ଦ୍ର କେଶରୀ ଆରୁଖ ମଧ୍ୟ ବ୍ୟାଙ୍କ ସମ୍ପାଦକ ଓ ବ୍ୟାଙ୍କ ର ଅନ୍ୟ ୮ ଜଣଙ୍କ ବିରୁଦ୍ଧରେ ଅସଧାଚର ଅଭିଯୋଗ ଥାନା ରେ ଦେଇଛନ୍ତି। ଉଭୟ ପକ୍ଷଙ୍କ ଏହି ଅଭିଯୋଗ ପୋଲିସ ଗ୍ରହଣ କରି ପ୍ରାଥମିକ ତଦନ୍ତ କରୁଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି। ବୀରେନ୍ଦ୍ର ଙ୍କ ବିରୁଦ୍ଧରେ ଋଣ ଅଭିଯୋଗ ପରେ ତାଙ୍କ ପାର୍ଥି ପତ୍ର ନାକଚ ହେବ ସୁନିଶ୍ଚିତ ହୋଇ ପଡ଼ିଥିବା ଯୋଗୁଁ ସେ ଏଭଳି କାଣ୍ଡ କରିଥିବା ଆସିକା ଓ ଗଞ୍ଜାମ ଜିଲ୍ଳାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟ ପଟରେ ଶାସକ ଦଳର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବାଚସ୍ପତିଙ୍କ ଭାଇ ହୋଇଥବାରୁ ଦଳର ପ୍ରଭାବରେ ବିରେନ୍ଦ୍ର ଗତ ୨୦୧୫ ରୁ ୨୦୨୦ ପାଞ୍ଚବର୍ଷ ଧରି ପରିଚାଳନା ପରିଷଦର ସଭାପତି ପଦ ହାତେଇଥିଲେ। ସେ ସଭାପତି ଥାବା ସମୟରେ ଭଂଜନଗର ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଋଣ ନେବାରେ ବ୍ୟାଙ୍କ କତୃପକ୍ଷ ତାଙ୍କୁ ଅଧିକ ଅନୁକମ୍ପା ଦେଖାଇବା ଓ ତାଙ୍କ ଚାପରେ ବ୍ୟାଙ୍କର ୧୫ ଟି ଶାଖାରୁ ଓ ବିଭିନ୍ନ ପ୍ରାଥମିକ ସୋସାଇଟି ରୁ ଲକ୍ଷ ଲକ୍ଷ ଟଙ୍କାର ବେନାମୀ ଋଣ ନେଇଯାଇଥିବା ଘଟଣା ବ୍ୟାଙ୍କ କର୍ମଚାରୀ ଅଭିଯୋଗ କରିଛନ୍ତି।