Sunday, October 11, 2026
Home ଆଞ୍ଚଳିକ ପ୍ରସିଦ୍ଧ ମା ଖମ୍ବେଶ୍ୱରୀ ଠାରେ ୨୦ ହଜାର ଭକ୍ତଙ୍କ ପହଲି ଭୋଗ ସେବନ

ପ୍ରସିଦ୍ଧ ମା ଖମ୍ବେଶ୍ୱରୀ ଠାରେ ୨୦ ହଜାର ଭକ୍ତଙ୍କ ପହଲି ଭୋଗ ସେବନ

157
ମା ଖମ୍ବେଶ୍ୱରୀ

ଆସିକା,୭/୧(ଖିରୋଦ ଚନ୍ଦ୍ର ବେହେରା) ; ପବିତ୍ର ପୈାଷ ମାସ ଶୀତ ସକାଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମା ଯଶୋଦା ଦେଇଥିବା ବହୁ ବ୍ୟଞ୍ଜନ ପ୍ରଦାନକୁ ଭିତି କରି ପହଲି ଭୋଗ ଆରମ୍ଭ ହୋଇଥିଲା । ଏହି ନିତୀକୁ ଅନୁସରଣ କରି ପ୍ରତ୍ୟେକ ମନ୍ଦିରରେ ଦେବା ଦେବୀଙ୍କୁ ଏହି ମାସରେ ପହଲି ଭୋଗ କରାଯାଇଥାଏ । ପ୍ରସିଦ୍ଧ ମା ଖମ୍ବେଶ୍ୱରୀଙ୍କ ପିଠରେ ଆଜକୁ ପ୍ରାୟ ୫ ବର୍ଷ ହେଲାଣି ନିଜ ବରିଷ୍ଠ ଉଦ୍ୟମରେ ମନ୍ଦିର ଟ୍ରଷ୍ଟି ସତ୍ୟନାରାୟଣ ସ୍ୱାଇଁଙ୍କ ତତ୍ୱାବାଧାନରେ ମନ୍ଦିର ପରିଚାଳନା ଓ ସ୍ଥାନୀୟ ବୁଦ୍ଦିଜୀବୀଙ୍କ ସହ ଯୋଗରେ ଆଜି ମା ଖମ୍ବେଶ୍ୱରୀଙ୍କ ଠାରେ ପହଲି ଭୋଗ ଅନୁଷ୍ଠିତ ହୋଇଥିଲା । ପ୍ରଭାତରେ ମା ଙ୍କ ମଙ୍ଗଳ ଆରତୀ, ସ୍ନାନ,ବେଶ ପରେ ମା ଙ୍କ ଠାରେ ପହଲି ଭୋଗ ଅର୍ପଣ କରାଯାଇଥିଲା । ଏହାପରେ ସକାଳ ୭ଘଟଂ ଠାରୁ ଏକ ସୁସଜ୍ଜିତ ମଣ୍ଡପ ଠାରେ ଏକ କାଳିନ ପ୍ରାୟ୧୫ ଶହ ଭକ୍ତଙ୍କୁ କଦଳୀ ପତ୍ରରେ ସ୍ୱାଦିଷ୍ଟ ଖେଚୁଡି ସହ ବହୁ ପ୍ରକାର ବ୍ୟଞ୍ଜନ ପରସା ଯାଇଥିଲା ।

ଆସିକା, କବିସୂର୍ଯ୍ୟନଗର,ସୋରଡା,ହିଞ୍ଜିଳୀ,ଭଞ୍ଜନଗର,ପୋଲସରା ପ୍ରମୁଖ ଅଚଂଳରୁ ଶହ ଶହ ପୁରୁଷ ଓ ମହିଳା ଭକ୍ତ ଏହି ପହଲି ଭୋଗରେ ଯୋଗ ଦେଇଥିଲେ । ସକାଳ ୭ଘଟଂରୁ ଆରମ୍ଭ ହୋଇଥିବା ଏହି ପହଲି ଭୋଗ ଅପରାହ୍ନ ୪ଘଟଂ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା । ଏହି ପହଲି ଭୋଗ ଉଦ୍ଦେଶ୍ୟରେ ଦୃଷ୍ଟିହୀନ କଳାକାର ମାନଙ୍କୁ ନେଇ ଏକ ଭଜନ ଆସର ମଧ୍ୟ ଆୟୋଜିତ ହୋଇଥିଲା । ଏହି ପହଲି ଭୋଗରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିିକା ମଞ୍ଜୁଳା ସ୍ୱାଇଁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ,କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ ସହ ଆସିକା ନିର୍ବାଚନ ମଣ୍ଡଳୀର ୬ଟି ଜୋନର ଜିଲ୍ଲା ପରିଷଦ,ସରପଚଂ,ସମିତିସଭ୍ୟ, ବିଭିନ୍ନ ଛାତ୍ର ସଂଗଠନ,ଆଇନଜୀବୀ,ସାମ୍ବାଦିକ ସ।।ଙ୍ଗକୁ ଦଳଗତ ନିର୍ବିଶେଷରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମାନେ ପହଲି ଭୋଗରେ ଯୋଗ ଦେଇଥିଲେ । ପ୍ରସିଦ୍ଧ ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା ଟ୍ରଷ୍ଟି ସତ୍ୟନାରାୟଣ ସ୍ୱାଇଁଙ୍କ ଏହି ଭଳି ଉଦ୍ୟମକୁ ସମସ୍ତ ମହଲରେ ପ୍ରଶଂସା କରାଯାଇଥିଲା । ଜିଲ୍ଲାର ଏହି ଭଳି ମା ଖମ୍ବେଶ୍ୱରୀଙ୍କ ଏକ ପହଲି ଭୋଗ ଆୟୋଜନ ଆସିକା ସହର ଉତ୍ସବ ମୁଖର ହୋଇ ଉଠିଥିଲା ।