
ଶେରଗଡ଼ , ୧୨/୧୦/୨୨ ( ଜିଲ୍ଲା ଖବର ) : ଶେରଗଡ଼ ପଞ୍ଚାୟତ ସମିତିରେ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବ୍ଲକ ସ୍ଥରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l



ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ପ୍ରକଳ୍ପ ନିର୍ଦ୍ଧେଶକ ତଥା ଉପ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାୟ, ପ୍ରବୋବସନ ଆଇ ଏସ ଧୀନେ ଦସ୍ତା ଗିରି ଉପସ୍ଥିତ ରହି ବ୍ଲକର ପ୍ରତ୍ୟେକ ପଞ୍ଚାୟତରୁ ଜନସାଧାରଣଙ୍କ ଦ୍ୱାରା ଆସିଥିବା ସମସ୍ତ ବିଭାଗର ଅଭିଯୋଗ ଶୁଣିଥିଲେ l


ଶେରଗଡ଼ ବିଡ଼ିଓ ଦେବାଶିଷ ବରାଳ ଓ ଜିଲ୍ଲା ଡେପୁଟି କଲକ୍ଟର ଶୁଚିସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଜନସାଧାରଣଙ୍କ ଦ୍ୱାରା ସର୍ବ ମୋଟ ୨୫୪ ଟି ଅଭିଯୋଗ ଉପସ୍ଥାପନା ହୋଇଥିଲା l


ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜଳସେଚନ ଏସଡିପିଓ ଶିବରାମ ବେହେରା, ଜଳ ସେଚନ ସହକାରୀ ଯନ୍ତ୍ରୀ ମଧୁସୂଦନ ଦାସ, ସହକାରୀ ବନ ସଂରକ୍ଷକ ଅଧିକାରୀ ପ୍ରଭାକର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ମତ୍ସ୍ଯ ଅଧିକାରୀ ନିମାଇଁ ଚରଣ ବସ୍ତିଆ,


ଜମି ସଂସ୍ଥାପନା ଅଧିକାରୀ ଅଶୋକ କୁମାର ପଣ୍ଡା, ଉପଖଣ୍ଡ ଯୋଗାଣ ଅଧିକାରୀ ସକଳେଶ୍ୱର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, କୋଠବାଡ଼ି ଓ ରାସ୍ତା ଅଧିକ୍ଷଣ ଯନ୍ତ୍ରୀ ବି ସି ହେଚ ପଣ୍ଡା, ସିଡିପିଓ ଗୀତାଞ୍ଜଳି ରାଉଳ, ନିର୍ବାହୀ ଯନ୍ତ୍ରୀ ଆଦିତ୍ୟ ନାରାୟଣ ମିଶ୍ର, ଆସିକା ଏସ ଡି ପିଓ ଉମାକାନ୍ତ ସିଂ, ସ୍ଥାନୀୟ ତହସିଲଦାର ଡ଼ ଦୟାସିନ୍ଧୁ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ କେଦାରନାଥ ପଣ୍ଡା,

ବ୍ଲକ ଅଧକ୍ଷ୍ୟ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ବ୍ଲକ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା ସମେତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଯୋଗଦାନ ଦେଇଥିଲେ l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


