ଖପ୍ରାଖୋଲ ରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

36

ଖପ୍ରାଖୋଲ , ୧୧/୧୦/୨୨ ( ଜିଲ୍ଲା ଖବର ) : .ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ , ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆ ର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ଏଡ଼ଏଟଏକ୍ସସନ ର ନିର୍ଦେଶକ ଡକ୍ଟର ଉମି ଡାନିଏଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଡ଼ାଗୁଡୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୁପେ ପଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର ,

ବଲାଙ୍ଗିର ସାଇବର ସେଲ ଇନ୍ସପେକ୍ଟର ଭାରତୀ ନାଏକ , ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ସନ୍ଧ୍ୟାରାଣୀ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିବିରର ଉଦେଶ୍ୟ ଜ୍ଞାପନ କରିଥିଲେ । ଏଡ଼ଏଟଏକ୍ସସନ ତରଫରୁ ବେଆଇନ ଶ୍ରମିକ ଚାଲାଣ , ଶିଶୁ ଶ୍ରମିକ ଚାଲାଣ ଉପରେ ନିଆ ଯାଉଥିବା ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।

ଚଳିତ ବର୍ଷ ବେଆଇନ ଶ୍ରମିକ ଚାଲାଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରେଳ ଷ୍ଟେସନ ରେ ମଧ୍ୟ ବଲାଙ୍ଗିର ପୋଲିସ ର କଡା ନଜର ରଖାଯାଇଛି ବୋଲି କହିବା ସହ ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ନିବେଦନ କରିଥିଲେ ।