
ପୁରୀ , ୧୧/୧୦/୨୨ ( ଜିଲ୍ଲା ଖବର ) : ପୁରୀ ଜିଲ୍ଲା କଣାସ ବ୍ଲକ ସାହସପୁର ମହିଳାଙ୍କ ସାହସକୁ ଏବେ ସବୁରି ମହଲରେ ପ୍ରଶଂସ କରାଯଉଛି। ଗାଁ ଭିତରେ ସହି ପାରିଲେନି ମଦୁଆଙ୍କ ଗୁଣ୍ଡାଗିରି। ଗାଁ ଗହଳିରେ ମହିଳା ଓ ଯୁବତୀଙ୍କୁ ଅସଦାଚରଣ ସହିତ କମେଣ୍ଟ ମାରୁଥିଲେ ନିଶାଡି ମାନେ ବୋଲି ଗାଁ ମହିଳା ଆଣିଲେ ସଂଗୀନ ଅଭିଯୋଗ। ଗାଁ ର ଝିଅ ବୋହୁ ମାନେ ଭୟଭୀତ ରହୁଥିବା ବେଳେ ଗାଁରେ ଦିନରାତି ବେଆଇନ ଭାବରେ ଚୋରା ମଦ ସମେତ ବ୍ରାଉନସୁଗାରର ମଧ୍ୟ କାରବାର ହେଉଥିଲା।


ସେଥିପାଇଁ ଆଜି ଚୋରା ନିଶାର ଆଡାସ୍ଥଳୀକୁ ଗାଁ ମହିଳା ମାନେ ଟାର୍ଗେଟ କରି ଏକାଠି ହୋଇ ଶହଶହ ମହିଳା ଗାଁ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ । କାହାରିକୁ ଭୟ ନକରି କୌଣସି ପୁରୁଷଙ୍କ ବିନା ସହାୟତାରେ ସିଧାସିଧା ଚୋରା ନିଶା ବେପାରୀଙ୍କୁ ଚେତାବନୀ ଦେବାସହ ନିଶା କାରବାର ବନ୍ଦ ନକଲେ ଆଗାମୀ ଦିନରେ ପରିସ୍ଥିତି ଭୟାନକ ହେବ ବୋଲି ଧମକ ଦେଲେ।

ଅନ୍ୟପଟେ ଗାଁ ପୋଖରୀରେ ମଦ ଓ କାଚ ଵୋତଲ ଭର୍ତି ହୋଇ ରହିଥିବାରୁ ଝିଅବୋହୁ ମାନେ ଶୌଚ ପାଇଁ ମେଲାକୁ ଆସିବାକୁ ଭୟ କରୁଛନ୍ତି। ତେବେ ଖୁଲମଖୁଲା ଗାଁ ଭିତରେ ମଦ, ଗଂଜେଇ, ବ୍ରାଉନସୁଗାର କାରବାର ହେଉଥିବା ବେଳେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି କଣାସ,ଗଡ଼ିଶାଗୋଦା ପୋଲିସ ବୋଲି ଅଭିଯୋଗ ହୋଇଛି।



