Wednesday, July 22, 2026
Home ଅପରାଧ ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର ।

ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର ।

57

ମୟୁରଭଞ୍ଜ , ୧୧/୧୦/୨୨ ( ଜିଲ୍ଲା ଖବର ) : ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଜଳ ବିଭାଜିକା ବିଭାଗର ଓଭରସିୟର “କିଶୋର ବେହେରା” ଜନୈକ ହିତାଧିକାରୀଙ୍କ ପାଖରୁ ୨୨ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ଘଟଣା ମୁତାବକ ଆଜି ସଂଧ୍ୟା ୫.୪୦ ସମୟରେ ବିଶୋଇ ବ୍ଲକର ଚନ୍ଦ୍ର ମୋହନ ଗୋଛାୟତ ଏବଂ ପରମେଶ୍ୱର ମହାନ୍ତଙ୍କ ନାମରେ ମନରେଗା ଯୋଜନାରେ ଫାର୍ମପଣ୍ଡର ମାଷ୍ଟର ରୋଲ କରାଇଦେବା ନିମନ୍ତେ ଦେଓଡାଙ୍ଗ ଗ୍ରାମର ଶିବାସିଷ ବୈଠା ଙ୍କ ଠାରୁ ବିଶୋଇ ମେଡିକାଲ ରୋଡ ନିକଟରେ ୨୨ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ମାଡିବସିଥିଲା । ଅଭିଯୁକ୍ତ କିଶୋର ଙ୍କୁ ରେଡ ହ୍ୟାଣ୍ଡରେ ଭିଜିଲାନ୍ସ ଧରିବା ସହ ତାଙ୍କ ଠାରୁ ସମସ୍ତ ଲାଂଚ ଟଙ୍କା ଜବଦ କରିଛି। ଏବାବଦରେ ବାଲେଶ୍ୱର ଭିଜିଲାନ୍ସ ଥାନା କେସ ନଂ ୩୦/୨୨ ମୂଳେ ଏକ କେସରୁଜୁ କରାଯିବା ସହ ଭଦ୍ରକ ଜିଲ୍ଲା ଧସୁରୀରେ ଥିବା ତାଙ୍କ ଭଡା ଘର, ଅଫିସ ଚାମ୍ବର ଏବଂ ତାଙ୍କ ପୈତୃକ ଘରେ ଏକ କାଳୀନ ଚଢାଉ କରାଯାଉଥିବାର ଜଣାଯାଇଛି ।