ବସ କାର ମୁହାଁ ମୁହିଁ ଧକା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

38

ଗଜପତି , ୧୧/୧୦/୨୨ ( ଜିଲ୍ଲା ଖବର ) : ଆଜି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ସନ୍ଦୀନାଳ ଠାରେ ବ୍ରହ୍ମପୁର ଠାରୁ କନ୍ଧମାଳ ଜିଲ୍ଲା ଗଦାପୁର ଅଭିମୁଖେ ଯାଉଥିବା

ହରିହର ନାମକ ଯାତ୍ରୀ ବାହୀ ବସOD07Q 0599 ସହ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାବେରା ଗାଡି ନମ୍ବର OR05AU 9821ମୁହାଁ ମୁହିଁ ଧକା ହୋଇଥିଲା ।

ସୌଭାଗ୍ୟବଶତଃ ଉଭୟ ଗାଡିର ଯାତ୍ରୀ ମାନଙ୍କର ସେପରି ବଡ ଧରଣର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟନା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଗଜପତି ଜିଲ୍ଲାରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।