ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ।ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଉତ୍ତେଜନା ।

68

ଗଜପତି , ୧୧/୧୦/୨୨ ( ଜିଲ୍ଲା ଖବର ) : ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ।ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଉତ୍ତେଜନା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ୱଟସପ୍ ରେ ଔଷଧ ପଠାଇବା ଚୁପ୍ ରହିଗଲେ ଡାକ୍ତର ବାବୁ ।ଡାକ୍ତର ନଥାଇ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ଅଭିଯୋଗ । ମୃତଦେହ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରତିବାଦ ।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦେଖା ନ ମିଳିଥିବା ଯୋଗୁଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ, ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ଘଟିଛି ପରିବାର ଲୋକଙ୍କ ଅଭିଯୋଗ। ଏହିପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଅନିଲ୍ କୁମାର ବିଶେଷ ଙ୍କ ପୁଅ ଆୟୁଷ ବିଷେଇର ମୃତ୍ୟୁ ହୋଇଛି ।ରାତିରେ ଜ୍ବର ହୋଇଥିବା ଯୋଗୁଁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ କିନ୍ତୁ ସେଠାରେ ଡ଼ାକ୍ତର ଦେଖା ନ ମିଳିଥିବା ଯୋଗୁଁ ତା ପରେ ରାତିରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ କିନ୍ତୁ ଚିକିତ୍ସା ଅଭାବରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି।