Home ଆଞ୍ଚଳିକ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ।

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ।

28

ପୁରୀ , ୧୧/୧୦/୨୨ ( ଜିଲ୍ଲା ଖବର ) : ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ୪୩ ତମ କୁମାର ଉତ୍ସବ ସୋମବାର ମହା ସମାରୋହରେ ଉଦଯାପିତ ହୋଇଛି । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସଭାପିତ୍ବରେ ଉଦଯାପନୀ ସନ୍ଧ୍ୟାର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରି କହିଥିଲେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତଥା ଓଡ଼ିଶାର କଳା ସଂସ୍କୃତି ସର୍ବଦା ଆଗ୍ରଧିକାର ଦେଇଥାଏ । କୁମାର ଉତ୍ସବ ଅବସରରେ ଖାଲି ଓଡ଼ିଶା କାହିଁକି ଦେଶର ବିଭିନ୍ନ କଳା ସଂସ୍କୃତିକୁ ମଞ୍ଚରେ ଉପସ୍ଥାପନ କରି ଦେଶର ଏକାତାକୁ ଦର୍ଶାଇଥାଏ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଉପଦେଷ୍ଠା ତଥା ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପଢୋକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିପରି ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ।

ସେଥିରେ ଲିଟିଲ ମିସ୍ ଭାବରେ ସାନ୍‌ଭି କର ଏବଂ ଲିଟିଲ ମାଷ୍ଟର ହର୍ଷିତ ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା ।ସଭାକାର୍ଯ୍ୟ ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସଦାଶିବ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାକାର୍ଯ୍ୟ ପରେପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ର କକା ନିକେତନର କଳାକାର ମାନଙ୍କୁ ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଶ କରାଯାଇଥିଲା ।

ପରେପରେ ନୃତୁଗୁରୁ ଅମିତ୍ ଚାଟାର୍ଜୀଙ୍କ ନିର୍ଦ୍ଦେଶନାରେ ଆରତୀ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ଶିବ ତାଣ୍ଡବ ପରିବେଷଣ କରାଯାଇଥିଲା । ପରେପରେ ଅନୁଷ୍ଠାନର କଳାକାର ମାନେ ପୁରୁଣା ଗୀତର ରିମିକ୍ସ ତାଳେ ତାଳେ ନୃତ୍ୟ ପରିବେଶନ କରିଥିଲେ । ପରେ ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ମୁମ୍ବାଇର ଅମୁଲ ଭଏସ ଅଫ୍ ଇଣ୍ଡିଆର ମଲ୍ହାର ଓ ସୋମାଚାନ୍ଦ ।

ଅନେକ ସୁପର ହିଟ୍ ହିନ୍ଦୀ ସଙ୍ଗୀତର ତାଳେତାଳେ ବେଳାଭୂମିରେ ଉପସ୍ଥିତ ଦର୍ଶକ ଝୁମି ଉଠିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ସଙ୍ଗୀତକୁ ମନଭରି ଉପଭୋଗ କରିବା ସହ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।