ଦୁଇ ବାଇକ ମୁହାଁ ମୁହିଁ ୫ଗୁରୁତର ଆହତ

41

ଜି. ଉଦୟଗିରି , ୧୧/୧୦(ଜିଲ୍ଲା ଖବର) : ଦାରିଙ୍ଗବାଡ଼ି ୫୯ନମ୍ବର ଜାତୀୟ ରାଜପଥ ର ଦାରିଙ୍ଗବାଡ଼ି ରୁ ସୋରଡ଼ା ରାସ୍ତା ର ଅଡାମାହା ଛକ ପାଖ ବୁଲାଣିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଦୁର୍ଘଟଣା ରେ ୫ ଜଣ ବାଇକ ଆରୋହି ଙ୍କୁ ଗୁରୁତ୍ୱର ଅବସ୍ଥା ରେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ବ୍ଳକ ସିଆଙ୍ଗ ବାଲି ଗ୍ରାମର ମଣ୍ଟୁ ନାୟକ ,ଅଶେଷ ପ୍ରଧାନ ଓ ଝୁଲୁ ନାୟକ ସୋରଡ଼ା ରୁ ନିଜ ଗାଁ କୁ ଫେରୁଥିବା ସମୟରେ ଦାରିଙ୍ଗବାଡ଼ି ପଟୁ ଆଉ ଏକ ବାଇକରେ ଶାସିଗାଡ଼ା ଗ୍ରାମର ଚିତ୍ରସେନ ପ୍ରଧାନ ଓ ତାଙ୍କ ପୁଅ ସମୀର ପ୍ରଧାନ ନିଜ ଗାଁ କୁ ଫେରୁଥିବା ବେଳେ ଅଡାମାହା ଛକ ବୁଲାଣି ରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ଉଭୟ ବାଇକ ରେ ଥିବା ୫ଜଣ ଯାକ ଗୁରୁତର ଆହତ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ତେବେ ଚିତ୍ରସେନ ଓ ଅଶେଷ ଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି l