
ଭଞ୍ଜନଗର , ୧୧/୧୦/୨୨ ( ଜିଲ୍ଲା ଖବର ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଦର୍ଶନ ବେହେରା ରିଜିନାଲ ଫରେଷ୍ଟ ଅଧିକାରୀ ଯୋଗଦେଇ ଥିଲେ।

ମୂଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କଲାପରେ ଶାନ୍ତି ଶୋଭା ଯାତ୍ରା ଭଞ୍ଜନଗର ସହର ପରିକ୍ରମା କରିଥିଲେ ପରେ ମଧ୍ୟାହ୍ନରେ ଏକ ସଭା ଆୟୋଜିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତ, ସମ୍ମାନୀୟ ଅତିଥି ସମସ୍ଯାସେବୀ ସୁଲପାଣି ଶତପଥୀ, ମୂଖ୍ୟ ବକ୍ତା ରାଜ ଯୋଗିନୀ ତଥା ଭଞ୍ଜନଗର ମୁଖ୍ୟ ସଂଚାଲିକା ସନ୍ତୋଶିନୀ ଭଉଣୀ ଯୋଗଦେଇଥିଲେ।ବକ୍ତା ମାନେ ରାଜଯୋଗ ର ମହତ୍ଵ ତଥା ନିରାକାର ଶିବ ବାବା ଙ୍କ ଅପାର କରୁଣା କିପରି ପାଇ ପାରିବେ ସେ ବିଷୟରେ କହିଥିଲେ।

ପରିବାର ରେ ଶାନ୍ତି ସମୃଦ୍ଧି ପାଇଁ କଣ କରିବେ ତାହା ପ୍ରକାଶ କରିଥିଲେ। ରାଜ ଯୋଗିନୀ ବ୍ରହ୍ମାକୁମାରି ନିରୂପମା ଭଉଣୀ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନ ର କୁନି କଳାକାର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିବା ସହ ଶେଷରେ ବ୍ରହ୍ମା ଭୋଜନ ହୋଇଥିଲା ।


