Home ଆଞ୍ଚଳିକ ସ୍ୱୟଂ ସହାୟିକା ଗୋଷ୍ଟି ମାଧ୍ୟମରେ କଉଡ଼ିଆ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

ସ୍ୱୟଂ ସହାୟିକା ଗୋଷ୍ଟି ମାଧ୍ୟମରେ କଉଡ଼ିଆ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

19

ସାନଖେମୁଣ୍ଡି,(ପ୍ରଫୁଲ୍ଲ ସାବତ।) ; ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି ବିଭାଗ ଦ୍ଵାରା କଉଡ଼ିଆ ପଞ୍ଚାୟତରେ ଧାନମଣ୍ଡି ଖୋଲାଯାଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ କଉଡ଼ିଆ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆତ୍ମ ସହାୟିକା ସଂଘ ପଞ୍ଚାୟତ ସ୍ତରୀୟ ଧାନ ମଣ୍ଡିରେ ଧାନ ସଂପ୍ରହ କରିବା ଦାୟିତ୍ୱ ପାଇଥିବାରୁ ଆଜି ମଙ୍ଗଳବାର ଦିନ ସଂଘ ସଭାନେତ୍ରୀ ଶ୍ରୀମତୀ ରୀନା ପ୍ରଧାନ ଓ ସମ୍ପାଦିକା ଶ୍ରୀମତୀ ମମତା କୁମାରୀ ପ୍ରଧାନଙ୍କ ସଂଯୋଜନାରେ ଧାନମଣ୍ଡି ଉଦଘାଟିତ ହୋଇଅଛି।

ସାନଖେମୁଣ୍ଡି ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟିତ ହେବା ସହ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଓ ପ୍ରଣାଳୀ ଦ୍ୱାରା କୃଷକଙ୍କ ଠାରୁ ଧାନ କିଣିବା ଆରମ୍ଭ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ସୋସିଆଲ ଅଡିଟର ବାବୁଲା ବିଷୋୟୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଅନୁସନ୍ଦନ କରିଥିବା ବେଳେ ସମିତି ସଭ୍ୟ ଅମିନ ପ୍ରଧାନ, ଗ୍ରାମ୍ୟ ସଭାପତି ନରେଶ ପ୍ରଧାନଙ୍କ ସହ ଚାଷୀ ଅଭିମନ୍ୟୁ ଭୂୟାଁ, ସୌରା ସ୍ୱାଇଁ, ଲୋକନାଥ ବିଷୋୟୀ, କବିରାଜ ଖୁଣ୍ଟିଆ, ସୁଦର୍ଶନ ଦଳାଇ, ନାରସୁ ପ୍ରଧାନ, ବୃନ୍ଦାବନ ଖୁଣ୍ଟିଆ ପ୍ରମୁଖ ଚାଷୀ ନିଜର ପଞ୍ଜିକୃତ ଧାନକୁ ଧାନମଣ୍ଡି ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥିଲେ।