Saturday, November 14, 2026
Home ଆଞ୍ଚଳିକ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧନଦାତ୍ରୀ ଗଜ ଲକ୍ଷ୍ମୀଙ୍କ ପୂଜା ।

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧନଦାତ୍ରୀ ଗଜ ଲକ୍ଷ୍ମୀଙ୍କ ପୂଜା ।

93

ବେଲଗୁଣ୍ଠା, ୧୦/୧୦/୨୨ ( ଜିଲ୍ଲା ଖବର ) : ଆଜି ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧନଦାତ୍ରୀ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I

ଏହି ଅବସରରେ ବେଲଗୁଣ୍ଠା ହାଟପଦାରେ ମାଆ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଯାଇଛି I

ସେହିପରି ଲକ୍ଷ୍ମୀ ବଜାର ଜେ.ପି ରୋଡ଼୍ ରେ ମଧ୍ୟ ପୂଜା କମିଟି ପକ୍ଷରୁ ରୀତିନୀତି ପୂର୍ବକ ମାଆ ଗଜ ଲକ୍ଷ୍ମୀଙ୍କର ପୂଜା କାର୍ଯ୍ୟ ଚାଲିଛି I

ଆସନ୍ତା ୧୫ ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି I

ସେହିପରି ବ୍ଳକ୍ ର ବୋରି, କ୍ଷତ୍ରୀୟବରପୁର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି I