ଲଲୀ ପପ ଖାଇ ନାବାଳକ ମୃତ୍ୟୁ ।

80

ମୋହନା , ୧୦/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ଧାଡ଼ିଆମ୍ବ ଗ୍ରାମ ପଞ୍ଚାୟତ ଢ଼ିମିରିଝୁଲି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ନାବାଳକ ର ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା l ଗାଁର ବାସୁଦେବ ଶବରଙ୍କ ୧୦ ବର୍ଷୀୟ ନାବାଳକ ପୁଅ ବୈକୁଣ୍ଠ ଶବର ଗତକାଲି ସନ୍ଧ୍ୟାରେ କିଶୋରଙ୍କ ଦୋକାନକୁ ଯାଇଥିଲେ l

ଦୋକାନରୁ ଦୁଇଟି ଲଲି ପପ ଚକୋଲେଟ ଆଣି ଖାଇଥିଲେ l ଏହା ପରେ ବୈକୁଣ୍ଠ ବାନ୍ତି କରିଥିଲା l ତେବେ ଗତକାଲି ସକାଳ ପ୍ରାୟ ୧୦ ଟାରେ ନାବାଳକ ପୁଅ ବୈକୁଣ୍ଠ ର ମୃତ୍ୟୁ ଘଟିଛି l ତାଙ୍କ ପୁଅକୁ କିଶୋର ଲଲି ପପ୍ ଚକଲେଟ ରେ କିଛି ଔଷଧ ମିଶାଇ ଦେଇଥିବା ଯୋଗୁଁ ପୁଅର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l

ତେଣୁ ପୁଅର ମୃତ୍ୟୁ ପାଇଁ କିଶୋର କୁ ଦାୟୀ କରିବା ସହ ମୃତ ଦେହକୁ ତାଙ୍କ ଘରେ ପକାଇ ଦେଇଛନ୍ତି ବାସୁଦେବଙ୍କ ପରିବାର ଲୋକେ l ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି l ଘଟଣା ସମ୍ପର୍କରେ ମୋହନା ପୁଲିସ ଖବର ପାଇ ଢ଼ିମିରଝୁଳୀ ଗାଁକୁ ଯାଇ ତଦନ୍ତ କରୁଛି l

କିଶୋର କୁ ଥାନାକୁ ଆଣି ପଚରା ଉଚରା କରିବା ସହ ଦୋକାନରୁ ଲାଲିପପ୍ ଜବତ କରିଛି ପୋଲିସ l

ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ପୋଲିସ୍ l ଅନ୍ୟ ପକ୍ଷରେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଦୋକାନ ମାଲିକ କିଶୋରଙ୍କ ପତ୍ନୀ l

ଗଜପତି ଜିଲ୍ଲାରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।