ମୋହନା ବ୍ଲକରେ କୁମାରୀ ମାନଙ୍କ ଜହ୍ନିଓଷା ଉଜାପନ l

97

ମୋହନା , ୧୦/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକର ଧାଡ଼ିଆମ୍ବ ଗ୍ରାମରେ ଦେଖିବାକୁ ମିଳିଛି କୁମାରୀମାନଙ୍କ ପାର୍ବଣୀୟ ଜହ୍ନିଓସା ପର୍ବ l ଏହି ପର୍ବ ପ୍ରାୟ କୁମାରୀ ମାନେ ଓ କିଛି ସ୍ତ୍ରୀ ଲୋକମାନେ ଯେଉଁ ମାନେ ନିଜ ପରିବାର ପାଇଁ ମାନସିକ ରଖିଥାନ୍ତି ସେହି ମାନେ ଏହି ଭାଦ୍ରବ ମାସର ପୂର୍ଣ୍ଣମା ଠାରୁ ଆରମ୍ଭ କରି ଆଶ୍ପିନ ମାସର ପୂର୍ଣ୍ଣମା ପର୍ଯ୍ୟନ୍ତ ପାଳନ କରିଥାନ୍ତି ଜହ୍ନିଓସା l

ଏହି ଜହ୍ନିଓସାରେ ମାସ ସାରା ପୂଜା ପାଇଥାନ୍ତି ମାଁ ବୃନ୍ଦାବତୀ , ଏହି ପୂଜା ବିଧି ବିଧାନ ଅନୁସାରେ ପ୍ରାତଃ ଓ ସନ୍ଧ୍ୟା ସମୟରେ ପୂଜା ପାଆନ୍ତି ଶ୍ରୀ କୃଷ୍ଣ ଓ ବୃନ୍ଦାବତୀ l

ଏହାର ପୂଜା ବିଧି କହିଲେ ନୂତନ ବସ୍ତ୍ର ପରିଧାନ ନାନା ପ୍ରକାର ପାଚିଲା ଫଳ ଓ ପୁଷ୍ପ କୁ ନେଇ ପୁଜା କରିଥାନ୍ତି କୁମାରୀମାନେ l

ଏହାର ମହତ୍ତ୍ଵ କହିଲେ ଅପୁତ୍ରିକ ସ୍ତ୍ରୀ ଲୋକମାନେ ପୁତ୍ର ପାଇଁ ମାନସିକ ରଖିଥାନ୍ତି ଓ କୁମାରୀମାନେ ନିଜର ବୈବାହିକ ଜୀବନ ପାଇଁ ମାନସିକ ରଖିଥାନ୍ତି l

ଏହି ଓଷା ଆଶ୍ୱିନ ମାସର ପୂର୍ଣ୍ଣିମା ରେ ବିଭିନ୍ନ ପ୍ରକାର ପିଠା ତିଆରି କରି ପୂଜା କରିଥାନ୍ତି ଏବଂ ରାତି ତମାମ ଉଜାଗର ରହି ପୂଜା କରିଥାନ୍ତି ପୂଜା ସରିବା ପରେ ଶେଷରେ ଜହ୍ନିଓସା ଉଜାପନ କରିଥାନ୍ତି କୁମାରୀମାନେ l

ଗଜପତି ଜିଲ୍ଲାରୁ ବର୍ଷାରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।