
ଶେରଗଡ଼, ୧୦/୧୦/୨୨ ( ଜିଲ୍ଲା ଖବର ) : ଶେରଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମର ବିଶିଷ୍ଟ ରାଜନେତା ତଥା ସମାଜ ସେଵୀ ଲଷ୍ମୀକାନ୍ତ ପାତ୍ର (ଛନକ ପାତ୍ର ) ଗତକାଲି ରାତ୍ର ଘ ୮.୩୦ ଣ୍ଟ ମିନଟରେ ପରଲୋକ ଗମନ କଲେ l ତାଙ୍କର ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ହୋଇଛି l ସେ ବିଭିନ୍ନ ସମୟ ରେ ରାଜନୈତିକ କ୍ଷେତ୍ରରେ ଅଂଶ ଗ୍ରହଣ କରୁଥିଲେ l ଗ୍ରାମରେ ଥିବା ଦଣ୍ଡକାଳୀ ଅନୁଷ୍ଠାନ ଦୀର୍ଘଦିନ ସୁଚାରୁ ରୂପରେ ପରିଚାଳନା କରି ଆସୁଥିଲେ l

ବିଭିନ୍ନ ଜନସାଧାରଣଙ୍କୁ ସହଯୋଗର ହାତ ବଢା଼ଉ ଥିଲେ l ଗ୍ରାମର ଉନ୍ନତି ମୂଳକ କାଯ୍ୟକ୍ରମ ପାଇଁ ତାଙ୍କର ପ୍ରଚେଷ୍ଟା ଉତ୍ତମ ପରିଲକ୍ଷିତ ହୋଇଛି l ବନ୍ଧାଗୁଡା ଗ୍ରାମପଞ୍ଚାୟତର ଜନସାଧାରଣ ତାଙ୍କ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ଆଜି ସକାଳେ ତାଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିକୁ ବନ୍ଧାଗୁଡାରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା l ଶେଷରେ ପାତ୍ରଙ୍କ ପାର୍ଥିବ ଶରୀର ନିଜ ଗ୍ରାମର ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେlଇଥିଲା l
ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକ


