ଘରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର।

52

ଭଞ୍ଜନଗର , ୧୦/୧୦/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ତାରସିଙ୍ଗି ଥାନା ଗଜାପଦର ଗାଁରେ ଅଭାବନୀୟ ଘଟଣା।

ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର।

ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)।ସୂଚନା ମୁତାବକ ତ୍ରିବେଣୀ ନିଜ ପୁଅ ସନା ନାୟକ ସହିତ ଘରେ ରହୁଥିଲେ।

ଗତକାଲି ରାତିରେ ମା ପୁଅକୁ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା।

ସକାଳୁ ମା ର ମୃତଦେହ ଘରେ ପଡିଥିବା ଦେଖି ପଡୋଶୀ ଲୋକେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୁଅକୁ ଅଟକ ରଖି ପଚରା ଉଚରା କରୁଛି।