Saturday, November 14, 2026
Home ଆଞ୍ଚଳିକ ଦଶହରା ଖର୍ଚ୍ଚ ନଦେବାରୁ ଜଳଯୋଗାଣ ବନ୍ଦ କଲେ ପମ୍ପ ଡ୍ରାଇଭର ।

ଦଶହରା ଖର୍ଚ୍ଚ ନଦେବାରୁ ଜଳଯୋଗାଣ ବନ୍ଦ କଲେ ପମ୍ପ ଡ୍ରାଇଭର ।

21

ଭଞ୍ଜନଗର, ୧୦/୧୦/୨୨ ( ଜିଲ୍ଲା ଖବର ) : ଦଶହରା ଖର୍ଚ୍ଚ ୫୦ ଟଙ୍କା ଲେଖାଏଁ ନ ଦେବାରୁ ଜଳ ଯୋଗାଣ ବନ୍ଦ କରିଦେଲା ପମ୍ପଡ୍ରାଇଭର । ତରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀରେ ବାସ କରୁଥିବା ୩୦୦ ରୁ ଉର୍ଦ୍ଧ୍ବ ପରିବାର ପିଇବା ପାଣି ପାଇଁ ପ୍ରତି ମାସରେ ୩୦ ଟଙ୍କା ଦେୟ ଦେଇଥାନ୍ତି । ହେଲେ ଚାନ୍ଦା ନ ଦେବାରୁ ପାଣି ବନ୍ଦ ପରେ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି ହାତରେ ହାଣ୍ଡି ମାଠିଆ ଧରି ଗାଁ ରାସ୍ତାରେ ମହିଳା ଙ୍କ ବିକ୍ଷୋଭ ଆରମ୍ଭ କରିବା ସହ ତୁରନ୍ତ ପାଣି ଛାଡିବା ପାଇଁ ଦାବି କରିଛନ୍ତି ।


ପାଟରାପଲ୍ଲୀ ଓ ଅରଖପଲ୍ଲୀ ଦୁଇ ଗ୍ରାମକୁ ଆଜି ସକାଳୁ ଜଳଯୋଗାଣ ବନ୍ଦ କରିଦେଇଛି ପମ୍ପ ଡ୍ରାଇଭର । ଦଶହରା ଖର୍ଚ୍ଚ ପାଇଁ ପ୍ରତି ପରିବାରକୁ ୫୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ କିଛି ଲୋକ ଚାନ୍ଦା ଦେଇଥିବା ବେଳେ ଅନ୍ୟମାନେ ଏହାକୁ ପ୍ରତିବାଦ କରି ଚାନ୍ଦା ଦେବାକୁ ମନା କରିଦେଇଥିଲେ ।ଏଥିରେ କ୍ଷୁବ୍ଧ ହୋଇ ଗତ ରାତିରେ ପାଣି ବନ୍ଦ କରିବାକୁ ଧମକ ଦେଇଥିଲା।

ସକାଳୁ ସତକୁ ଶତ ପାଣି ଛାଡିନଥିଲା ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପମ୍ପ ଡ୍ରାଇଭର ର ଏଭଳି କାର୍ଯ୍ୟରେ ଉତ୍ୟକ୍ତ ହୋଇ ଗାଁ ର ମହିଳା ଓ ପୁରୁଷ ଏକାଠି ହୋଇଥିଲା ।

ମହିଳା ମାନେ ଗାଁ ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପମ୍ପ ଡ୍ରାଇଭର ନିଜ ଭୁଲ ସ୍ୱୀକାର କରିବା ସହ ଲୋକଙ୍କ ଠାରୁ ନେଇଥିବା ଚାନ୍ଦା ଟଙ୍କା ଫେରାଇଲା ପରେ ଗାଁ ରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।

ଏହାର ତଦନ୍ତ ସହିତ ପମ୍ପଡ୍ରାଇଭର କୁ ବହିଷ୍କାର କରି ନୂତନ ଡ୍ରାଇଭର ନିଯୁକ୍ତି ଓ କମିଟି ଗଠନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।