Home ଆଞ୍ଚଳିକ ରାଜ୍ୟ କାର୍ଡବ୍ୟାଙ୍କ ସଭାପତିଙ୍କ ପିତୃ ବିୟୋଗ

ରାଜ୍ୟ କାର୍ଡବ୍ୟାଙ୍କ ସଭାପତିଙ୍କ ପିତୃ ବିୟୋଗ

12
Representational purpose only
ସ୍ୱର୍ଗତ ରାମଚନ୍ଦ୍ର ସ୍ୱାଇଁ

ସାନଖେମୁଣ୍ଡି, (ପ୍ରଫୁଲ୍ଲ ସାବତ।); ନିର୍ବାଚନ ମଣ୍ଡଳୀର ଶାସକ ଦଳ ପ୍ରେମୀ ପ୍ରବୀଣ ବିଜୁ ବିଶ୍ୱାସୀ ତଥା ଧର୍ମ ପରାୟଣ ବନ୍ଧୁ ବତ୍ସଳ ବ୍ୟକ୍ତିତ୍ୱ ହିସାବରେ ପରିଗଣିତ ଥିବା ରାଧାଦେଇପୁର ପଞ୍ଚାୟତର ଉସ୍ଥା ଜଗନ୍ନାଥପୁର ନିବାସୀ ରାମଚନ୍ଦ୍ର ସ୍ୱାଇଁଙ୍କ କଟକ ସ୍ଥିତ ଏସ,ସି.ବି ରେ ଚିକିତ୍ସାଧିନ ଅବସ୍ଥାରେ ତିରୋଧାନ ଘଟିଅଛି। ୮୫ବର୍ଷ ବୟସ୍କ ସ୍ୱର୍ଗତ ରାମଚନ୍ଦ୍ର ସ୍ୱାଇଁଙ୍କ ନିକ ବାସଭବନରେ ପଡିଯାଇ ମୁଣ୍ଡରେ ଆଘାତ ଜନିତ ମସ୍ତିଷ୍କ ପ୍ରବାହ କାରଣରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଅଛି। ମୃତ୍ୟୁ ସର୍ଯ୍ୟା ନିକଟରେ ଜ୍ୟେଷ୍ଟପୁତ୍ର ତଥା ରାଜ୍ୟ କାର୍ଡ ବ୍ୟାଙ୍କ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ ଉପସ୍ଥିତ ରହି ଶୁଶ୍ରୁଷାରେ ଥିବା ସହ ଅନ୍ୟ ଦୁଇପୁଅ ରଞ୍ଜନ ସ୍ବାଇଁ, ସଙ୍ଗୀତ ସ୍ବାଇଁ ଉପସ୍ଥିତ ଥିଲେ। ଆମ୍ବୁଲାନ୍ସରେ ନିଜ ଜନ୍ମ ଗ୍ରାମରେ ପହଂଚିବା ଖବର ପାଇ ବହୁ ଆତ୍ମୀୟ ପରିଜନ, ବୃଦ୍ଧିଜୀବୀ ଓ ଦଳୀୟ କର୍ମୀ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ସ୍ବର୍ଗତ ରାମଚନ୍ଦ୍ର ସ୍ଵାଇଁଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ପରିଜନ ଶୋକ ସନ୍ତୁଷ୍ଟ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।