କେନ୍ଦ୍ର ରେଳ ଓ ବୟନଶିଳ୍ପ ପାଇଁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ।

50

ଗଞ୍ଜାମ , ୧୦/୧୦/୨୨ ( ଜିଲ୍ଲା ଖବର ) : ଆସନ୍ତା ଅକ୍ଟୋବର ୧୨,୧୩,୧୪ ତାରିଖ ତିନିଦିନ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷଙ୍କ ଗଞ୍ଜାମ ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ‘ପ୍ରସ୍ତୁତି ବୈଠକ’ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେଷନ୍ ରୋଡ଼ ସ୍ଥିତ ସାରକିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷ ଆସନ୍ତା ୧୨ ତାରିଖ ଦିନ ପୂର୍ବାହ୍ନ ଘ.୧୧ – ୦୦ ସମୟରେ ବ୍ରହ୍ମପୁରରେ ପହଞ୍ଚି ଦେଶରେ ଲୋକଙ୍କ ପାଇଁ ସେବା କରିଆସୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟ ତଦାରଖ କରିବା ସହ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ପଦାଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ବ୍ରହ୍ମପୁରର ପ୍ରସିଦ୍ଧ ପାଟ ବୁଣାକାରଙ୍କ ମାନଙ୍କୁ ସାକ୍ଷାତ କରିବା ସହ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବେ ।

୧୩ ତାରିଖ ଦିନ କୁକୁଡ଼ାଖଣ୍ଡି ଠାରେ ଏବଂ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ କେନ୍ଦ୍ରରୁ ଆସୁଥିବା ଅନୁଦାନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ଅପରାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

୧୪ ତାରିଖ ସକାଳେ ଗୋପାଳପୁର ଠାରେ ସମୁଦ୍ର କୂଳରେ ସ୍ୱଛତା କାର୍ଯ୍ୟକ୍ରମରେ ଭାଗ ନେବା ସହ କୋଷ୍ଟଗାର୍ଡ କର୍ମଚାରୀଙ୍କ ମାନଙ୍କୁ ସାକ୍ଷାତ କରିବା ସହ ଦଳୀୟ କାର୍ଯକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଏହାପରେ କେନ୍ଦ୍ର ମନ୍ତ୍ରୀ ଛତ୍ରପୁର ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ “ସାମ୍ୱାଦିକ ସମ୍ମିଳନୀ” ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ମନ୍ତ୍ରୀ ରମ୍ଭା ଠାରେ ଦଳୀୟ କାର୍ଯକର୍ତାଙ୍କୁ ମିଶି ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ମନ୍ତ୍ରୀଙ୍କ ଏହି ତିନିଦିନିଆ ଗସ୍ତକୁ ନେଇ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ପଦାଧିକାରୀଙ୍କୁ ବିଭିନ ଦାୟୀତ୍ୱ ଦିଆଯାଇଥିଲା ।

ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ତଥା ବ୍ରହ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ସରୋଜ ସାବତ,ପ୍ରଶାନ୍ତ କର,ମହନ୍ତ ଚିନ୍ମୟାନନ୍ଦ ଦାସ,କାମନା ପାଢୀ,

ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ଗଙ୍ଗାଧର ଶତପଥି,ରାମ କୁମାର ପାତ୍ର,ରାଜେଶ ସାହୁ,ସିଦ୍ଧାନ୍ତ ଗଙ୍ଗଦେବ,ରାମ ପ୍ରଶାଦ ସାମଲ,ସୁନିଲ କୁମାର ସାହୁ,ସୁଶିଳା ମଲ୍ଲିକ,ପଞ୍ଚୁ ବେହେରା,ରତ୍ନଗର୍ଭା ସରସ୍ୱତୀ,ବସନ୍ତ ବେହେରା,ଶିବ ଶଙ୍କର ନାୟକ,ବାପି ପ୍ରଧାନ,ଶିବ ଶଙ୍କର ଶତପଥି,ଅଭିମନ୍ୟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।