Wednesday, November 11, 2026
Home ଆଞ୍ଚଳିକ ଲିଙ୍ଗରାଜ ପାସେଞ୍ଜର ହଲଟ ଠାରେ ବିଂଶତମ ଶାନ୍ତିପୂର୍ଣ୍ଣ ଧାରଣା।

ଲିଙ୍ଗରାଜ ପାସେଞ୍ଜର ହଲଟ ଠାରେ ବିଂଶତମ ଶାନ୍ତିପୂର୍ଣ୍ଣ ଧାରଣା।

52

୧୦/୧୦/୨୨ ( ଜିଲ୍ଲା ଖବର ) : ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ତଥା ଅନ୍ୟ କ୍ଲବ ତଥା କୋର କମିଟିର ମୁଖ୍ୟ ନୀଳମଣି ମିଶ୍ରଙ୍କ ଆହ୍ବାନ କ୍ରମେ ଲିଙ୍ଗରାଜ ପାସେଞ୍ଜର ହଲଟ ନିକଟରେ ବିଂଶତମଥର ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ପୂର୍ବପରି ଧାରଣାର ମୁଖ୍ୟ ପ୍ରସଙ୍ଗ ରହିଥିଲା, ଲିଙ୍ଗରାଜ ପାସେଞ୍ଜର ହଲଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦେବା ତଥା ତିରୁପତି ବା ଧଉଳି ନାମକରଣ ପରି ଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁକରିବା।

ସୂଚନାଯୋଗ୍ୟ ଯେ, ପୂର୍ଣ୍ଣ ଷ୍ଟେସନର ମାନ୍ୟତା ପାଇଁ କାଗଜ କଲମରେ ପ୍ରଚେଷ୍ଟା ଆରମ୍ଭ ହୋଇଥିଲେ ମଧ୍ୟ ଏ ନେଇ ଟେଣ୍ଡର ହୋଇପାରିନାହିଁ। ସେହିପରି ଆହାର କେନ୍ଦ୍ର ଖୋଲିବା ଓ ସୁଲଭ ଶୌଚାଳୟ ଖୋଲିବା ନିମନ୍ତେ ମଧ୍ୟ ଦାବି କରାଯାଇଥିଲେ ମଧ୍ୟ ତାହା ମଧ୍ୟ ପୂର୍ଣ୍ଣ ହୋଇପାରିନାହିଁ ।

ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ସତ୍ୟନାରାୟଣ ସାମନ୍ତସିଂହାର, ନରହରି ନାୟକ, ଅଶୋକ କୁମାର ମହାରଣା, ଟି ରାମାରାଓ, ଘନଶ୍ୟାମ ମଲ୍ଲିକ, ରଙ୍କନିଧି ପଟ୍ଟନାୟକ, ନୀଳମଣି ମୁଦୁଲି, ସଞ୍ଜୟ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ।