ନବବଧୂ ର ହତ୍ୟା ଅଭିଯୋଗ ।

32

ଯାଜପୁର , ୦୭/୧୦/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ପଂଚାୟତ ରେ ଘଟିଛି ଏକ ଅଭାବନୀୟ ଘଟଣା l ପଂଚାୟତ ର ପ୍ରଫୁଲ୍ଲ ସାହୁ ଙ୍କ ପୁଅ ପ୍ରଭାକର ଗତ ଜୁଲାଇ ସାତ ତାରିଖ ରେ ବୈଦିକ ରୀତିନୀତି ରେ ଯାନୀ ଯୌତୁକ ନେଇ ପଟୁନିଆ ଗ୍ରାମର ଜଗବନ୍ଧୁ ସାହୁ ଙ୍କ ସାନ ଝିଅ କବିତା (୨୩)କୁ ବିବାହ କରିଥିଲା l

ଗତ କାଲି ବିଳମ୍ବିତ ରାତିରେ ଶାଶୁ ଓ ବହୁଙ୍କ ମଧ୍ୟରେ ହୋଇଥିଲା ବଚସା, ମାତ୍ର କିଛି ସମୟ ପରେ ଗ୍ରାମବାସୀଙ୍କୁ ଡାକିଥିଲେ ଶାଶୁ, ସ୍ଥାନୀୟ ଲୋକେ ପହଞ୍ଚିଲା ବେଳକୁ ଘରର କବାଟ ଭିତର ପଟରୁ ବନ୍ଦ ଥିଲା ।

ଓ କବାଟ ଭାଙ୍ଗି ଦେଖିଲା ବେଳକୁ କବିତାଙ୍କ ଶରୀର ଏକ ପଙ୍ଖାରେ ଝୁଲୁଥିବା ଦେଖିଥିଲେ ସଂଗେ ସଂଗେ ଧର୍ମଶାଳା ମେଡିକାଲକୁ କବିତାଙ୍କୁ ଆଣିବା ପରେ ସେଠାରେ ଡକ୍ଟର ମୃତ ବୋଲି ଘୋଷଣା କରିଥିଲେ ।

କିନ୍ତୁ ଅନ୍ୟପଟେ କବିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି, ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି କବିତାଙ୍କ ସମ୍ପର୍କୀୟ ।

ଯାଜପୁର ରୁ ପ୍ରମୋଦ ରାଉତଙ୍କ ରିପୋର୍ଟ ଜିଲ୍ଲା ଖବର ।