ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ।

50

ବାଲେଶ୍ଵର , ୦୭/୧୦/୨୨ ( ଜିଲ୍ଲା ଖବର ) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରାସ୍ତା ଘାଟର ଉନ୍ନତି ପାଇଁ କୋଟ କୋଟି ଟଙ୍କା ବ୍ୟୟରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି।ହେଲେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଯୋଜନା ସବୁ କାଗଜପତ୍ରରେ ସୀମିତ ରହିଯାଉଛି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ।ସୋର-କୁପାରୀ ରାସ୍ତାର ଗଣ୍ଡିବେଡ଼ ବଜାର ଛକ ନିକଟରୁ ପାର୍ବତୀପୁର ଗାଁକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଖରାପ ଥିବାରୁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଯାତାୟତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ନେଇ ଅଞ୍ଚଳବାସୀ ରାଜ୍ୟ ବିଜେପି ମୁଖାପତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅବଗତ କରାଇବା ସହିତ ଏହାର ମରାମତି ପାଇଁ ଅନୋରୋଧ କରିଥିଲେ।ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କ ନେତୃତ୍ୱରେ ଅଞ୍ଚଳର ଯୁବ ନେତା ଇଂ. ରାଜେଶ …