Home ଆଞ୍ଚଳିକ ମୁନିଗୁଡାରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଚୋରି l

ମୁନିଗୁଡାରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଚୋରି l

268

ରାୟଗଡ଼ା , ୦୬/୧୦/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡାର ଶୁଣ୍ଡି ସାହି ସ୍ଥିତ ହାଇସ୍କୁଲ ନିକଟରେ ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଚୋରି ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ମୁନିଗୁଡା ଶୁଣ୍ଡିସାହି ତଥା ହାଇସ୍କୁଲ ନିକଟସ୍ଥ ଶରତ ସାହୁ ନାମକ ଜଣେ ବ୍ୟବସାୟୀ ନିଜ ପରିବାର ସହ ଦଶହରା ଦିନରେ ବିଷମକଟକକୁ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ବୁଧୁବାର ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତ ମାନେ ଘରର ମୁଖ୍ୟ କବାଟର ତାଲା ଭାଙ୍ଗି ଭିତରେ ପଶି ଆଲୋମୀରା ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଚୋରି କରିଛନ୍ତି l

ଆଖପାଖ ଲୋକେ ଶ୍ରୀ ସାହୁଙ୍କୁ ଘର କବାଟ ଖୋଲାଥିବା ଦେଖି ଜଣାଇବା ପରେ ସେ ତୁରନ୍ତ ବିଷମକଟକରୁ ଆସି ଦେଖିବା ବେଳେ ଘରର କବାଟର ତାଲା ଭାଙ୍ଗିଥିବା ସହ ଘର ଭିତରର ଆଲୋମୀରା ମଧ୍ୟ ଭାଙ୍ଗିବା ସହ ସେଥିରୁ ଟଙ୍କା ଓ ସୁନା ଚୋରି ହୋଇଥିବା ଜାଣି ପାରିଥିଲେ l ତୁରନ୍ତ ମୁନିଗୁଡା ପୋଲିସ ଥାନାକୁ ଖବର ଦେବା ପରେ ମୁନିଗୁଡା ପୋଲିସ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ l

ପରେ ରାୟଗଡାରୁ ସାଇଣ୍ଟିଫିକ ଟିମ ଓ ଡୋଗ ସ୍କ୍ୱାଡ଼ର ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି l ସେହିପରି ସେହି ପାଖରେ ଥିବା ରବି କାଦମ୍ବାଲୁ ନାମକ ଜଣେ ଘର ମାଲିକଙ୍କ ଦୁଇଟି ଘରେ ଭଡା ରହୁଥିବା ଲୋକେ ଦଶହରା ଛୁଟିରେ ନିଜ ଗ୍ରାମକୁ ଯାଇଥିବା ବେଳେ ସେଠାରେ ମଧ୍ୟ କେହି ନଥିବାରୁ ସୁଯୋଗ ନେଇ କବାଟ ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ବେଳେ ସେଠାରୁ କିଛି ଚୋରି ହୋଇନଥିବା ଜଣାପଡିଛି l

ସେହି ଗୋଟିଏ ଅଞ୍ଚଳରେ ତିନୋଟି ଚୋରିକୁ ନେଇ ଏବେ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ମୁନିଗୁଡା ପୋଲିସ ମଧ୍ୟ ଏହି ଏକାଧିକ ଚୋରିକୁ ନେଇ ତନାଘନା ଜାରି ରଖିଛି l

ଏନେଇ ମୁନିଗୁଡା ପୋଲିସ ଥାନା କେଶ ନମ୍ବର ୨୦୮/୨୨ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି l ଦଶହରାରେ ଜୁଆ ଖେଳର ଆସରା ଜମି ଥିବାରୁ ଏହିପରି ଚୋରି କରାଯାଉଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଚାଲିଛି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।