ଦୀର୍ଘ ୨୭ ବର୍ଷ ପରେ ମାଁ ପାଟ୍ଟ ଭୈରବୀଙ୍କ ବାଲିଯାତ୍ରା ଉଦ୍ଦାଯାପନ ।

138


୦୫/୧୦/୨୨ ( ଜିଲ୍ଲା ଖବର ) : ମାଁ ପାଟ୍ଟ ଭୈରବୀଙ୍କ ବାଲିଯାତ୍ରା ଦୀର୍ଘ ୨୭ ବର୍ଷ ପରେ ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଛେଲାଗଡ ଗ୍ରାମପଞ୍ଚାୟତ ଗଡର ଗ୍ରାମରେ ଅବସ୍ଥିତ ପାଟ୍ଟ ଭୋଇରବି। ବହୁ ଆଡମ୍ବର ସହ ଏହି ବାଲି ଯାତ୍ରାକୁ ଗ୍ରାମ ବାସୀ ତଥା ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ ପାଳନ କରିଛନ୍ତି ।

ଗତ ୩୦ ତାରିଖରେ ପରମ୍ପରା ଅନୁଯାଇ ନଦୀରୁ ବାଉଁଶ ଚାଙ୍ଗୁଡାରେ ବାଲି ନେଇ ଆସି ଭଜା ମୁଗକୁ ସେହି ବାଲିରେ ପକାଇଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ସେହି ଭଜା ମୁଗ ମାଙ୍କ ଚମତ୍କାରରେ ଗଜା ହୋଇଥାଏ ।

ତେଣୁ ଏହି ଯାତ୍ରାକୁ ବାଲି ଯାତ୍ରା ବୋଲି କୁହନ୍ତି ମାଙ୍କ ଦାସିରି ଶ୍ରୀ ଦୁଃଖା ପୂଜାରୀ । ପାଖା ପାଖି 30ରୁ ଅଧିକ ଦାସୀରୀମାନଙ୍କ ଖେଳ ପଦର୍ଶନରେ କମ୍ପିଉଠୁଥିଲା ଗଡର ଗ୍ରାମର ଆଖଡା ଦାଣ୍ଡ । ୫ ରାତି ତମାମ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ଅନିଦ୍ରା ରହି ଏହିଖେଳ ର ମଜା ନେଉଥିଲେ ।

ଯାତ୍ରାଟିକୁ ଦୀର୍ଘ ବର୍ଷପରେ ନବନିର୍ବାଚିତ ୱାର୍ଡ ମେମ୍ବର ଶ୍ରୀଯୁକ୍ତ ମୋହନ ବଡନାୟକ ତଥା ଗଡର ଗ୍ରାମବାସୀଙ୍କ ଉଦ୍ୟମରେ ଯାତ୍ରାଟି ପୁଣି ଅନୁଷ୍ଠିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରିଥିବା କହିଛନ୍ତି l ପୀଠର ପୂଜକ ତଥା ପୂର୍ବତନ ପୂଜକ ଶ୍ରୀ ହନୁ ପୂଜାରୀଙ୍କ ପୁତ୍ର ଶ୍ରୀ ମନୋରଞ୍ଜନ ପୂଜାରୀ ।

ଶେଷ ଦିନରେ ମାଙ୍କ କରତ ଆସନ ,କଣ୍ଟାପୀଡା ଦୋଳି ,ଓ ନିଆଁ ଝୋଲି ର ଖେଳରେ ଶେଷ ହୋଇଥିଲା ଏହି ଯାତ୍ରା । ଏହି ପୀଠରେ ଅନେକ ଭକ୍ତ ମାନେ ମାନସିକ ରଖି ପୂଜାଚର୍ନା କରି ସଫଳ ହୋଇଥିବା କହିଛନ୍ତି ଗ୍ରାମ ବାସୀ ।

ଗଜପତି ଜିଲ୍ଲା ରୁ ବର୍ଷା ରାନୀ ଙ୍କ ରିପୋର୍ଟ୍ ଜିଲ୍ଲା ଖବର ।