ବିଦ୍ୟୁତ ତାର ଲାଗି ଗାଈ ଓ ବଳଦ ମୃତ୍ୟୁ ଅଳ୍ପକେ ବର୍ତ୍ତିଲେ ଗାଈ ଚରାଳି l

89

ଗଜପତି ,୦୫/୧୦/୨୨ ( ଜିଲ୍ଲା ଖବର ) : ଏହି ବିଜୟା ଦଶମିରେ ଏଭଳି ଦୁଃଖଦ ଘଟନା ଘଟି ଯାଇଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ । ସବୁ ଦିନ ଭଳି ଗାଈ ଚରାଳି ମାନେ ଗାଈ ଗୋଠନେଇ ବାହାରିଥିଲେ ପଡିଆ ଜମିକୁ। କୌଣସି କାରଣ ବଶତଃ ବିଦ୍ୟୁତ ତାର ଛିଡି ତଳେ ପଡିଥିବା ବେଳେ ସେହି ସ୍ଥାନକୁ ଗାଈ ଗୁଡାକ ଚରିବାକୁ ଯାଇଥିଲେ ।

ହଟାତ ସେମାନେ ବିଦ୍ୟୁତ ତାରର ସଂସ୍ପର୍ଶ ଆସି ଯନ୍ତ୍ରଣାରେ ଚଟପଟ ହେଉଥିବା ବେଳେ ଚରାଳି ମାନେ ଦେଖି ପାଖକୁ ଦୌଡିଥିଲେ । କିନ୍ତୁ ଦେଖିଥିଲେ ବିଦ୍ୟୁତ ତାରରେ ସେମାନେ ଲାଗିଛନ୍ତି ସେଥିଲାଗି ପାଖକୁ ନଯାଇ ଦୂରେଇଗଲେ । ସେହି ତାର ଲାଗି ଗୋଟେ ଗାଈ ଓ ବଳଦ ର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୋରୁ ଗାଈ ମାନେ ଦୂରକୁ ଭୟରେ ଦଉଡି ପଳାଇଥିଲେ ।

ଏହି ଖବର ପାଇ ଗ୍ରାମର ସମସ୍ତ ବ୍ୟକ୍ତି ଘଟନା ସ୍ଥଳରେ ପହଞ୍ଚି ବିଦ୍ୟୁତ କର୍ମଚାରୀଙ୍କୁ ଅବଗତ କରାଇ ବିଦ୍ୟୁତ କାଟି ଥିଲେ । ମୃତ୍ୟୁ ବରଣକରିଥିବା ଗାଈ ଓ ଗୋରୁ ର ମାଲିକ ସୁରେନ୍ଦ୍ର ବଦ୍ୟ ଏକ ଗରିବ ଶ୍ରେଣୀର ହୋଇଥିବାବେଳେ ଆଜି ଭଳି ଦିନରେ ଏତେ ବଡ ଦୁଃଖଦ ଘଟନା ତାଙ୍କୁ ମର୍ମାହତ କରିଦେଇଛି ।

ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର