Home ଆଞ୍ଚଳିକ ଶ୍ରମ ମନ୍ତ୍ରୀଙ୍କ ବାରମ୍ବାର ବେଲଗୁଣ୍ଠା ଗ୍ରସ୍ତ; ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶାରଦୀୟ ବନ୍ଧୁ...

ଶ୍ରମ ମନ୍ତ୍ରୀଙ୍କ ବାରମ୍ବାର ବେଲଗୁଣ୍ଠା ଗ୍ରସ୍ତ; ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶାରଦୀୟ ବନ୍ଧୁ ମିଳନରେ ଯୋଗଦାନ ।

173

ବେଲଗୁଣ୍ଠା, ୦୪/୧୦/୨୨ ( ଜିଲ୍ଲା ଖବର ) : ରାଜ୍ଯ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମାତ୍ର ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବେଲଗୁଣ୍ଠା ଗ୍ରସ୍ତ କରିଛନ୍ତି I ଶନିବାର ଦିନ ସେ ବେଲଗୁଣ୍ଠା ଗ୍ରସ୍ତରେ ଆସି ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ୧୫୧ କୁଣ୍ଡୀୟ ଶାନ୍ତି ଯଜ୍ଞରେ ଯୋଗ ଦେଇଥିବା ବେଳେ ଆଜି ଦ୍ୱିତୀୟ ଥର ପାଇଁ ବେଲଗୁଣ୍ଠା ଗ୍ରସ୍ତରେ ଆସି ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଛନ୍ତି I

ସୂଚନା ପ୍ରକାରେ ମନ୍ତ୍ରୀ ଶ୍ରୀ ସାହୁ ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତର କେ. ନୂଆଁଗଡ଼ ଗ୍ରାମରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇ ସମାଜର କର୍ମକର୍ତ୍ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୃଙ୍ଖଳିତ ଜୀବନଯାପନ ପାଇଁ କୂଳ ସମାଜର ଉପାଦେୟତା ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ I

ଆଜି କେ. ନୂଆଁଗଡ଼ ଗ୍ରାମର ମାଆ ବ୍ଯାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାଂସଦ ପ୍ରମିଳା ବିଷୋୟୀ, ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,

ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ତଥା କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର କେନ୍ଦ୍ରୀୟ ସଦସ୍ୟ କୁଞ୍ଜବିହାରୀ ମହାନ୍ତି,ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ,ଶାସନ ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ, ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ,

ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ୱର ପାତ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ସାହୁ ଓ ପୂର୍ବତନ ସମିତି ସଭ୍ୟ ତଥା ୪୭ ନମ୍ବର ବିଜେଡି ଯୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର କେ ନୂଆଁଗଡ଼ ପାଲ୍ଲୀ ପରିଷଦ ସଭାପତି ଶିବରାମ ରାଉତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସମାଜସେବୀ ସ୍ଵସ୍ତି ସୁନ୍ଦର ସିୟ ସ୍ୱାଗତ ଭାଷଣ ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ I

ଏହି ଅବସରରେ ଗ୍ରାମର ଛାତ୍ରୀ ପାୟଲ ପ୍ରଧାନ ଏବଂ ଏଭର ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ପକ୍ଷରୁ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା I ତେବେ ମାତ୍ର ତିନି ଦିନ ମଧ୍ୟରେ ରାଜ୍ୟ ମନ୍ତ୍ରୀଙ୍କର ଦୁଇଥର ବେଲଗୁଣ୍ଠା ଗ୍ରସ୍ତରେ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିରୋଧୀ ଶିବିରରେ ଛନକା ପଶିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି I