ଯୁବକକୁ ହତ୍ୟା ସନ୍ଦେହ , ସ୍କୁଲ ବାରଣ୍ଡାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ।

56

ବେଲଗୁଣ୍ଠା , ୦୪/୧୦/୨୨ ( ଜିଲ୍ଲା ଖବର ) : ସ୍କୁଲ ବାରଣ୍ଡାରୁ ଯୁବକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରାସ୍ତାର ରଙ୍ଗଣିପାଟଣା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ , ବୁଗୁଡ଼ା ର ସନ୍ତୋଷ କୁମାର ସାହୁ । ତାଙ୍କର ହାତ ଏବଂ ଯୈାନାଙ୍ଗ କୁ ଧାରୁଆ ଅସ୍ତ୍ରରେ କଟାଯାଇଛି ।

ଘଟଣା ସ୍ଥଳରେ ତାଙ୍କର ମୋବାଇଲ ଓ ପୋଷାକ ପଡ଼ିଛି । ଖବର ପାଇ ବେଲଗୁଣ୍ଠା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିଛି । ପାରିପାର୍ଶ୍ବିକ ସ୍ଥିତି ପ୍ରକାରେ , ସନ୍ତୋଷ ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ସୂଚନା ପ୍ରକାରେ ସନ୍ତୋଷ ବୁଗୁଡ଼ା ରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ । ସେ ଦଶହରା ପାଇଁ ଭଉଣୀ ଘର ବେଲଗୁଣ୍ଠା କୁ ଯାଇଥିଲେ ।

ତେବେ ଦିନ ତମାମ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକେ , ତାଙ୍କର କୈାଣସି ସନ୍ଧାନ ପାଇନଥିଲେ । ପରେ କୈାଣସି ସୂତ୍ରରୁ ଜଣାପଡିଥିଲା ତାଙ୍କର କ୍ଷତବିକ୍ଷତ ମୃତଦେହ , ବେଲଗୁଣ୍ଠା ଥାନା ଅନ୍ତର୍ଗତ ରଙ୍ଗଣୀପାଟଣା ସ୍କୁଲ ବାରଣ୍ଡାରେ ପଡ଼ିଛି ।