Home ଆଞ୍ଚଳିକ ଜଙ୍ଗଲରେ ରାତି କଟୁଥିଲା ଗୋଟେ ନିରୀହ ନା ବାଳିକା ।

ଜଙ୍ଗଲରେ ରାତି କଟୁଥିଲା ଗୋଟେ ନିରୀହ ନା ବାଳିକା ।

104

ଗଜପତି , ୦୩/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ଗ୍ରାମରେ ଦେଖିବାକୁ ମିଳିଛି ଏହି ପରି ଘଟଣା। ଝିଅ ଟି ୩ଦିନ ହେବ ଜଙ୍ଗଲରେ ରହିଥିବା ଗ୍ରାମବାସି ଦେଖିଛନ୍ତି । ଶେଷରେ ନାବାଳିକା ଝିଅ ଟି ମାଣିକପୁର ଗ୍ରାମର ଏକ ଭଙ୍ଗା ଘରେ ଅଚେତ୍ ହୋଇ ପଡିଥିବା ବେଳେ ପଞ୍ଚାୟତର ପିଅନ ଝିଅ ଟିକୁ ନିଜ ଘରକୁ ଆଣି ଖାଇବା ଦେବା ସହ କିଛି ପଚରା ଉଚରା କରିଥିଲେ।

କିନ୍ତୁ ଝିଅ ଟି ନା କିଛି ଖାଉଥିଲା ନା କିଛି କିଛି କହୁଥିଲା। ରାତି ପାହିବା ପରେ ପଞ୍ଚାୟତ ପିଅନ ପଞ୍ଚାୟତ କୁ ଆଣି ସରପଞ୍ଚ ଙ୍କ ଅଧୀନରେ ରଖିଥିଲେ । ଦେଖିଲେ ନାବାଳିକା ଝିଅ ର ଦେହ ରେ ନା ଭଲ କପଡ଼ା ଅଛି କିଛି ସମାନ ମାତ୍ର ଗୋଟିଏ , ଘଣ୍ଟା, ଚୁଡ଼ି,୨୦ ଟଙ୍କା ତା ହାତରେ ଦେଖିବାକୁ ମିଳିଥିଲା ।

ପଚାରିଲେ କହୁଥିଲା ମୋ ବାପା ମୋତେ ମାରିଲେ ମୋ ମା ବଗଡକୁ ଯାଇଥିଲେ, ସେଥି ପାଇଁ ମୁଁ ଘରୁ ପଳେଇ ଆସିଲି l ଗ୍ରାମବାସୀ କହିବା ଅନୁଯାଇ ଝିଅଟି ପାଖ ଗାଁ ହୋଇଥିବା ଜଣା ପଡିଥିଲା l ଝିଅର ସମ୍ପର୍କୀୟକୁ ଜଣାଇବା ପରେ କହିଥିଲେ ଆମ ଗାଁ ର ଝିଅ କିନ୍ତୁ କହିବା ସ୍ଵତେ ଝିଅର ପରିବାର ଲୋକେ ଝିଅଟିକୁ ଦେଖିବା ପାଇଁ ବି ଆସି ନଥିଲେ l

ଏହା ଭିତରେ ଲବାରସିଂ ଗ୍ରାମ ପଞ୍ଚାୟତର ମିନାକ୍ଷୀ କାର୍ଯୀ ନାବାଳିକା ଦେହର କପଡ଼ା ଦେଖି ସଙ୍ଗେ ସଙ୍ଗେ ଦୋକାନ ଯାଇ ଝିଅଟି ପାଇଁ ଭଲ କପଡ଼ା ଆଣିଥିଲେ ଆଉ ତାକୁ ପିନ୍ଧିବାକୁ ଦେଇଥିଲେ । ବର୍ତମାନ ଚାଇଲ୍ଡ ଲାଇନ ଆଉ ପୋଲିସ୍ କୁ ଫୋନ୍ କରାଯାଇଥିଲା । ଶେଷରେ ଚାଇଲଲାଇନ ପହଞ୍ଚି ନାବାଳିକା କୁ ନିଜ ସାଙ୍ଗରେ ନେଇଥିଲେ l

ଗଜପତି ଜିଲ୍ଲା ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।