
ଗଜପତି, ୦୩/୧୦/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ର ରାମଗିରିରେ ଅବସ୍ଥିତ ବିଶ୍ବହିନ୍ଦୁ ପରିଷଦର ଦୁର୍ଗା ବାହିନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ନାରୀର ସଶକ୍ତିକରଣ, ସେବା, ସଂସ୍କାର ଓ ସୁରକ୍ଷାର ଶିକ୍ଷା ରହୁଥିଲା l ଦୁର୍ଗା ବାହିନୀ ରେ ବର୍ଗ ବି ହୋଇଥାଏ ଯେମିତି ନିଜର ସୁରକ୍ଷା ସହ ସଂସ୍କୃତି ବ୍ୟବହାର ଆଉ ସେବାକୁ ନେଇ ନାରୀ ମାନେ ଶିକ୍ଷା ଲାଭ କରିଥାନ୍ତି l

ଏହି ଉତ୍ସବ ରେ ଏକ ହଜାର ରୁ ଅଧିକ ମା ଓ ଭଉଣୀମାନେ ଯୋଗ ଦେବା ସହ ରାମଗିରି ଗ୍ରାମ ପରିକ୍ରମା କରିଥିଲେ l ଏହା ସହ ବିଶ୍ବହିନ୍ଦୁ ପରିଷଦର ବଜରଙ୍ଗ ଦଳ ସହ ଗଜପତି ଜିଲ୍ଲାର କର୍ମକର୍ତ୍ତା ପ୍ରମୁଖ ବିଭିନ୍ନ ଗାଁ ଗହଳିର ମହିଳା ମାନଙ୍କ ସହ ଅନୁଷ୍ଠିତ ହୋଇଥିଲା ଦୁର୍ଗା ବାହିନୀ ଶସ୍ତ୍ର ପୂଜନ ଦିବସ l

ଏଥିରେ ମୁଖ୍ୟ ଅତିଥି ସମ୍ମାନୀୟ ଅତିଥିଙ୍କ ସହ ମୁଖ୍ୟ ଦୁର୍ଗା ବାହିନୀ ର ଏହି ଉତ୍ସବ ରେ ନାରୀ ମାନେ ମଞ୍ଚାଷିନ ହୋଇଥିଲେ , ନିଜର ପରିଚୟ ରଖିବା ସହ କିଛି ବାର୍ତ୍ତା ମଧ୍ଯ ରଖିଥିଲେ l ଏହା ସହ ଜଡିତ ବିଶ୍ବହିନ୍ଦୁ ପରିଷଦର ଦୁର୍ଗା ବାହିନୀ ର ପୂର୍ଣ୍ଣ ସଂଯୋଜିକା ସୁଶ୍ରୀ ଚରଣା ଜେନା, ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା କୋଷାଧ୍ୟକ୍ଷ ହରୀମୋହନ ପଟ୍ଟନାୟକ,

ବିଶ୍ବହିନ୍ଦୁ ଦୁର୍ଗା ବାହିନୀ ପରିଷଦ ପାରଳାଖେମୁଣ୍ଡି ର ଗୀତାଞ୍ଜଳି ରଥ, ବିଶ୍ବହିନ୍ଦୁ ଦୁର୍ଗା ବାହିନୀ ପରିଷଦ ମୋହନାରୁ ବର୍ଷା ରାନୀ ଗୌଡ଼ ଗଜପତି ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ର ସଭାପତି କୈଳାସ ଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ l
ଗଜପତି ଜିଲ୍ଲାରୁ ବର୍ଷାରାନୀଙ୍କ ରିପୋର୍ଟ ଜିଲ୍ଲା ଖବର ।



