Saturday, November 14, 2026
Home ଆଞ୍ଚଳିକ ଗାନ୍ଧୀଜୟନ୍ତୀ ଅବସରରେ ବିଜେଡି ର ମାସେ ବ୍ୟାପି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ।

ଗାନ୍ଧୀଜୟନ୍ତୀ ଅବସରରେ ବିଜେଡି ର ମାସେ ବ୍ୟାପି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ।

63

ସାନଖେମୁଣ୍ଡି , ୦୩/୧୦/୨୨ ( ଜିଲ୍ଲା ଖବର ) : ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ପାଳନ କରାଯାଇଛି l ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୌରବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ ବାପୁ l ତାଙ୍କ ନେତୃତ୍ୱରେ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇଥିଲା l ଅହିଁସାର ମାର୍ଗ ଆପଣାଇ ସେ ଆମ ଦେଶରୁ ଇଂରେଜ ମାନଙ୍କୁ ବିତାଡିତ କରି ସ୍ୱାଧୀନ ଆଣିଥିଲେ l


ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଏବଂ ଗାନ୍ଧୀଜୟନ୍ତୀ ଉପଲକ୍ଷେ ମହାନ ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ବଳିଦାନକୁ ମନେପକାଇ ଦିନ ଦୁଇଟା ବେଳେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀଙ୍କ ଗାନ୍ଧୀ ଛକର ଗାନ୍ଧୀ ମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗାନ୍ଧୀ ମୂର୍ତ୍ତି ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲେ l

ଏହି ପଦଯାତ୍ରାରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଧରାକୋଟ ବ୍ଲକ ଅଧକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜିଲ୍ଲାପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ବ୍ଲକ ବିଜେଡି ସଭାପତି ନୀଳମାଧଵ ରାଉତ, ଜିଲ୍ଲାପରିଷଦ ଅମିନ ପ୍ରଧାନ, ବିଜୟ ପ୍ରଧାନ, ମାମାନୀ ପାତ୍ର,

ସୁଲତା ରାଣୀ ସ୍ୱାଇଁ, ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଯୁବ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ମାସ ବ୍ୟାପି ଚାଲିବାକୁ ଥିବା ଏହି ଜନସମ୍ପର୍କ ପଦଯାତ୍ରାକୁ ସାଫଲ୍ୟ କରିଥିଲେ l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ