
ଶେରଗଡ଼ , ୦୧/୧୦/୨୨ ( ଜିଲ୍ଲା ଖବର ) : ଶନିବାର ଶେରଗଡ ବ୍ଲକ କୁରୁଳା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିପଦର ବନ୍ଧୁ,ଓଡ଼ିଶା ସଙ୍ଗଠନ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ ଘାଟକ ରୁପେ ଶେରଗଡ଼ ବିଡ଼ିଓ ଶ୍ରୀ ଯୁକ୍ତ ଶିବାଶିଷ ବରାଳ,ମୁଖ୍ୟ ଅତିଥି -, ଶେରଗଡ଼ ତହସିଲଦାର ଶ୍ରୀ ଯୁକ୍ତ ଡଃ. ଦୟାସିନ୍ଧୁ ପରିଡ଼ା,ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଭାସ୍କର ଲେଙ୍କା,

ସବ୍ ଇନ୍ସପେକ୍ଟର ଆର୍ତ୍ତତ୍ରାଣ ନାୟକ,ବ୍ଲକ ଉପାଧ୍ୟାକ୍ଷା ପ୍ରତିନିଧି କାହ୍ନୁ ଚରଣ ପଟ୍ଟନାୟକ ଓ କୁରୁଳା ଗ୍ରାମପଞ୍ଚାୟତ ର ସରପଞ୍ଚ ଭୀମସେନ ଚୌଧୁରୀ ଯୋଗଦେଇ କାର୍ଯକ୍ରମକୁ ଉଦ୍ଘାଟନ କରିବା ସହ ସମସ୍ତ ରକ୍ତଦାତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ ଏବଂ ଆଗାମୀଦିନରେ ଏଭଳି ରକ୍ତଦାନ ଶିବିର ର ଅୟୋଜନ କରି ଲୋକଙ୍କ ବିପଦ ସମୟର ବନ୍ଧୁଟିଏ ହେବାକୁ ପରାମର୍ଶ ଦେଇଥିଲେ।

ସମସ୍ତ ସ୍ବେଛାସେବୀ ରକ୍ତଦାନ କରି ନିଜକୁ ଗର୍ବିତ ମନେ କରୁଥିଲେ। ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏଥି ମଧ୍ୟରୁ କୁରୁଳା ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଶଙ୍କର ବେହେରା ଏବଂ ଦୁଇଜଣ ମହିଳା ମଧ୍ୟ ରକ୍ତ ଦାନ କରିଥିଲେ।

ଏହି ଶିବିରକୁ ଗ୍ରୁପ୍ ପ୍ରତିଷ୍ଠାତା ଜି.ଶିବରାମ ପାତ୍ର,ସଭାପତି – ରବିନ୍ ସାହୁ,କୋଷାଧ୍ୟକ୍ଷ ବାଦଲ ତ୍ରିପାଠୀ, ସ୍ଥଳ ସେନା କର୍ମଚାରୀ ଚିନ୍ମୟ ଦଳାଇ, ଶିକ୍ଷକ ଗୌରହରି ପୋଲେଇ,ସମ୍ପାଦକ କୃଷ୍ଣ ପାତ୍ର,ଜୋନ ଉପସଭାପତି ନୀଳ ଭଉଳ,ରାକେଶ ରୋସନ୍ ସେନାପତି ଅରକ୍ଷିତ ପରିଚ୍ଛା,ଉପ ସମ୍ପାଦକ ପ୍ରଦୀପ ଜେନା,ପପୁ ପରିଡ଼ା,ରଞ୍ଜନ କୁମାର ସାହୁ, କାହ୍ନ ଖୁଣ୍ଟିଆ,ଏବଂ ବିପଦର ବନ୍ଧୁ ର ଅନ୍ୟ ସଦସ୍ୟ ମାନେ ପ୍ରଭୁତି ପରିଚାଳନା କରିଥିବା ବେଳେ

କୁରୂଳା ଗ୍ରାମର ସ୍ଵାଧୀନ ସମିତି ସଂଗଠନ ର ପ୍ରତିଷ୍ଠାତା ବାଦଲ କୁମାର ବେହେରା ସହଯୋଗ କରିଥିଲେ ଏବଂ ମଞ୍ଚ ପରିଚାଳନା ସଂଗଠନର ମୁଖପାତ୍ର ଚିନ୍ମୟ ପୋଲାଇ ତୁଲାଇବା ସହିତ ଶେଷରେ ସମସ୍ତ ଅତିଥି ଓ ସ୍ବେଛାସେବୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


