
ବେଲଗୁଣ୍ଠା , ୦୧/୧୦/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ପୋଲିସ ଆଜି ଅପରାହ୍ନରେ ରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜଣକୁ ଗିରଫ କରିଥିବା ଜଣାପଡିଛି ।

ମିଳିଥିବା ଖବର ପ୍ରକାରେ ଜି ନୁଆଗାଁ ଶନି ମନ୍ଦିର ପଛପଟେ ଏକ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ଖବର ପାଇ ବେଲଗୁଣ୍ଠା ପୋଲିସ ଆଜି ଅପରାହ୍ନରେ ଚଢ଼ାଉ କରିଥିଲା । ସେଠାରୁ ଚାରି ଜୁଆଡିକୁ ଗିରଫ କରିବା ସହ ୩୨.୫୫୦ ଟଙ୍କା, ଚାରୋଟି ମୋବାଇଲ ଓ ଗୋଟିଏ ସ୍କୋରପିଓ ଗାଡି ଜବତ କରିଥିଲେ।

ଏନେଇ ଥାନାରେ 301/22ରେ ଏକ ମାମଲା ରୁଜୁ କରିଥିବା ବେଳେ ପାର୍ବଣ କୁ ଆଖି ଆଗରେ ରଖି ଧରପଗଡ଼ ଜୋରଦାର ହେବ ବୋଲି ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ


