
ରାୟଗଡ଼ା , ୩୦/୦୯/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲାପାଳ ଶ୍ରୀମତି ସ୍ୱଧା ଦେଵସିଂ ଆଜି ମୁନିଗୁଡା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l ପ୍ରଥମେ ଶିଶୁ ବିକାଶ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଶିଶୁ ବିକାଶ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l


ସେଠାରୁ ଵୈରଭ ଗଡ଼ ଗସ୍ତ କରି ଵୈରଗଡି ଉଚ୍ଚ ବିଦ୍ୟାଳୟ ଅନୁଧ୍ୟାନ କରିଥିଲେ l ତୃତୀୟ ପର୍ଯାୟ ୫ଟି ଅଧୀନରେ ଏହି ଉଚ୍ଚବିଦ୍ୟାକୁ ରୂପାନ୍ତରିତ କରିବା ନିମନ୍ତେ ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ l


ଵିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ଉନ୍ନତି ମାନର ବିଜ୍ଞାନ ଗାଁର,ପାଠlଗାର, ଖେଳ ପଡିଆ ନିର୍ମାଣ କାର୍ଯ୍ୟ କରାଯିବl ଉପରେ ଆଲୋଚନା କରିଥିଲେ l ମଧ୍ୟାହ୍ନ ଭୋଜନରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀକୁ ପରିବର୍ତ୍ତନ କରିବାପାଇଁ ବିଦ୍ୟାଳୟ ପରିଚାଳନା କମିଟିକୁ କହିଥିଲେ l


ସେଠାରୁ ଆଗୁଳ ସେବାଶ୍ରମ ଗସ୍ତ କରି ତୃତୀୟ ପର୍ଯାୟ ୫ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ନିମନ୍ତେ ଅନୁଧ୍ୟାନ କରିବା ସହିତ ମଂଗଳ ସଂପ୍ରସାରଣ ଅଧିକାରୀ, ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ l ବିଦ୍ୟାଳୟ ର ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ଶୀଘ୍ର ସାରିବାକୁ ଆଇଟିଡିଏ ଜେଇ,ଏଇଙ୍କୁ ନିର୍ଦ୍ଧେଶ ଦେଲେ l

ଏହାପରେ ଜଗଡଲପୁର ଗସ୍ତ କରି ସେଠାରେ ଚାଲୁଥିବା ଗ୍ରାମୀଣ ହାତ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l କମୁନିଟି ଷ୍ଟୋରେଜ ନିର୍ମାଣ ପାଇଁ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାପରେ କୁଣ୍ଡରେ ମାଛ ଚାଷକୁ ଅନୁଧ୍ୟାନ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାଙ୍କ ସହିତ ଆଲୋଚନା କରିଥିଲେ l



ଏହାପରେ ସ୍ଵୟଂ ସାହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ୧୦୦୦କ୍ଷମତା ବିଶିଷ୍ଟ ବ୍ରୋଏଲର କୁକୁଡ଼ା ଫାର୍ମ ପରିଦର୍ଶନ କରି ବିପଣନ ସମ୍ବନ୍ଧରେ ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ l ବୈଷୟିକ ଉପଦେଶ ଦେବା ନିମନ୍ତେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ନିର୍ଦ୍ଦେଶ ଦେଇଥିଲେ l ଜଗଦଲପୁର ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ସ୍ଵୟଂ ସାହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ l ସ୍ଵୟଂ ସାହାୟକ ଗୋଷ୍ଠୀ କୁ ବିଭିନ୍ନ କାର୍ଯ୍ୟ ପାଇଁ ଅଧିକ କ୍ରେଡ଼ିଟ ସଂଲଗ୍ନ କରିବାକୁ ବିଏମ କୁ ନିର୍ଦ୍ଦେଶ ଦେଇଥିଲେ l



ଜଗଦଲପୁର ୫୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟl ଜିଲ୍ଲା ପାଳ ପ୍ରଦାନ କରିଥିଲେ l ପରିଦର୍ଶନ ସମୟରେ ବିଡ଼ିଓ ମୁନିଗୁଡା ଦିଲ୍ଲୀପ ଜୁମର ବେହେରା,ତହସିଲଦାର ଦେବାଶିଷ ଗୌଡ଼, ବ୍ଲକର ଏଇ,ଜେଇ,ବିପିଏମ,ମଂଗଳ ସମ୍ପ୍ରସାରଣ ଅଧିକାରୀ, ଓ ଆନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



